ବାତ୍ୟା ପ୍ରଭାବିତ ଓଡ଼ିଶାର ଗ୍ରାହକଙ୍କ ପାଇଁ ରିହାତି ଘୋଷଣା କଲା ଆଇଡିବିଆଇ ବ୍ୟାଙ୍କ ; ମେ, ଜୁନ ଓ ଜୁଲାଇରେ ଋଣ କିସ୍ତୀ ଖିଲାପ କରିଥିଲେ ଜୋରିମନା ଦେବାକୁ ପଡିବ ନାହିଁ

ଭୁବନେଶ୍ୱର : ମହାବାତ୍ୟା ଫନି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶାର ଲୋକମାନଙ୍କ ସହାୟତା ପାଇଁ କେତେକ ସ୍ବତନ୍ତ୍ର ରିହାତି ଘୋଷଣା କରିଛି ଆଇଡିବିଆଇ ବ୍ୟାଙ୍କ । ଏହା ଅନୁଯାୟୀ ମେ, ଜୁନ ଓ ଜୁଲାଇ ମାସ ପାଇଁ ବିଭିନ୍ନ ଋଣ କିସ୍ତୀ ( ଇଏମଆଇ ବା ପି-ଇଏମଆଇ) ପ୍ରଦାନରେ ବିଳମ୍ବ କିମ୍ବା ଖିଲାପୀ ହୋଇଥିଲେ ତାହା ଉପରେ ଜରିମାନା ବା ଚେକ ବାଉନ୍ସ ଦେୟ ଲାଗୁ ହେବ ନାହିଁ ।

ଏହି ସୁବିଧା ଆଇଡିବିଆଇ ବ୍ୟାଙ୍କର ଖୁଚୁରା ଋଣ ଗ୍ରାହକ ବା ରିଟେଲ୍ କଷ୍ଟମର୍ (ଗୃହ ଋଣ, ସଂପତ୍ତି ବଦଳରେ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ ଓ ବ୍ୟକ୍ତିଗତ ଋଣ) ଉପରେ ତିନି ମାସ ଅବଧି ଯଥା ୨୦୧୯ର ମେ’, ଜୁନ୍ ଓ ଜୁଲାଇ ମାସ ପାଇଁ ଲାଗୁହେବ । ଏହି ଅଭିଯାନ ବିଷୟରେ ଜି ଏମ୍ ୟାଦୱାଡକର୍, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର, ଆଇଡିବିଆଇ ବ୍ୟାଙ୍କ କହିଛନ୍ତି ଯେ, “ବାତ୍ୟା ଦ୍ୱାରା ହୋଇଥିବା ଧ୍ୱଂସ ଓ କ୍ଷୟକ୍ଷତି ଆମକୁ ଗଭୀର ଭାବେ ମର୍ମାହତ କରିଛି । ସଙ୍କଟର ଏହି ସମୟରେ ଆମେ ଓଡ଼ିଶାର ଲୋକମାନଙ୍କ ସହିତ ଠିଆ ହୋଇ ରହିଛୁ ।

ସମ୍ବନ୍ଧିତ ଖବର