ଭୁବନେଶ୍ବର : ଇଡକୋ ତରଫରୁ ୨ଟି ସଂସ୍ଥାକୁ ମାଗଣାରେ ଜମି ଯୋଗାଇ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୁପାରିସ ଓ ଇଡକୋର ୧୨୧ତମ ବୋର୍ଡ ଅଫ୍ ଡିରେକ୍ଟର୍ସଙ୍କ ଅନୁମୋଦନକ୍ରମେ ବାଙ୍ଗାଲୋର ହସପିସ୍ ଟ୍ରଷ୍ଟ ଓ ଶ୍ରୀ ଶଙ୍କର କର୍କଟ ଫାଉଣ୍ଡେସନ୍ ପାଇଁ ୨୦ଏକର ଲେଖାଏ ଜମି ଦିଆଯାଇଥିବା ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଉକ୍ତ ୨ ସଂସ୍ଥାକୁ ଇଡକୋ ତରଫରୁ ବ୍ୟାଙ୍କ ଋଣ ପାଇଁ କୌଣସି ଏନ୍ଓସି ପ୍ରଦାନ କରାଯାଇ ନାହିଁ। ତେବେ ବନ୍ଦ ହୋଇଯାଇଥିବା ଶିଳ୍ପ ସଂସ୍ଥାଙ୍କଠାରୁ ଜମି ଫେରସ୍ତ କିମ୍ବା ଜମିର ବଜାର ମୂଲ୍ୟ ଅସୁଲ ପାଇଁ ନିୟମାନୁଯାୟୀ ଇଡକୋ ଦ୍ବାରା କାରଣ ଦର୍ଶାଅ ନୋଟିସ୍ କରି ଆବଣ୍ଟନ ରଦ୍ଦ କରିବାର ପ୍ରାବଧାନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/idco.jpg)