ସୁଧ ସହ ଜରିମାନା ପୈଠ କଲା ଇଡ୍‌କଲ୍‌

ଭୁବନେଶ୍ୱର : ସୁପ୍ରିମ କୋର୍ଟଙ୍କ ଧାର୍ଯ୍ୟ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜରିମାନା ପୈଠ କରିନଥିବା ଖଣି ଲିଜ୍‌ଧାରୀ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ୍‌(ଇଡ୍‌କଲ୍‌) ସୁଧ ସହିତ ଜରିମାନା ପୈଠ କରିଛି। ରୋଇଡ଼ା-ସି ଲୁହାଖଣି ଲିଜ୍‌ ସୂତ୍ରରେ ପାଇଥିବା ଇଡ୍‌କଲ୍‌ ୧୦ ଦିନ ବିଳମ୍ବରେ ପ୍ରାୟ ୧୦୮ କୋଟି ଟଙ୍କାର ଜରିମାନା ପୈଠ କରିଥିଲା। କିନ୍ତୁ ତାହା ଗୃହୀତ ହୋଇନଥିଲା। ଏଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ୧୨ ପ୍ରତିଶତ ସୁଧ ଆକାରରେ ଅତିରିକ୍ତ ୩୮ ଲକ୍ଷ ଟଙ୍କା ପୈଠ କରିଛି ଇଡ୍‌କଲ୍‌। ଆହୁରି ୪୪ଜଣ ଖଣିମାଲିକ ଜରିମାନା ପୈଠ କରିନଥିବାରୁ ସେମାନଙ୍କୁ ଖଣି ଚଳାଇବା ନିମନ୍ତେ ଜରିମାନା ସହିତ ପ୍ରତିଦିନ ପାଇଁ ସୁଧ ଗଣିବାକୁ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର