ଭୁବନେଶ୍ୱର: ରାଜ୍ୟର ସମସ୍ତ ବେସରକାରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନ୍ସନ୍, ଡିଇଏଲଇଡିକୁ ସରକାରୀ ଚାକିରି ପାଇଁ ଅଧିକ ମାନ୍ୟତା, ସରକାରୀ ଏନ୍ସି କ୍ଲିଅର୍ ଶିକ୍ଷକଙ୍କୁ ୨୦୧୯ ମେ’ ୨୨ରୁ ରେଗୁଲାର୍ ଏବଂ କ୍ୟାଥଲିକ୍ ମିସନ୍ ବୋର୍ଡ୍ ସ୍କୁଲ ଶିକ୍ଷକଙ୍କୁ ରେଗୁଲାର୍ କରିବା ଆଦି ୪ ଦଫା ଦାବିରେ ଆଜି ଲୋୟର ପିଏମ୍ଜିରେ ଏନଆଇଓଏସ୍ ଡିଇଏଲ୍ଇଡି ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ପରେ ଏକ ପ୍ରତିବାଦ ସଭା କରାଯାଇ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବାଶିଷ ହୋତା କହିଥିଲେ ଯେ ଅନେକ ବେସରକାରୀ ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅତି ସ୍ୱଳ୍ପ ଦରମାରେ ଦିନକୁ ୧୦ ରୁ ୧୨ ଘଣ୍ଟା ଧରି ପିଲାମାନଙ୍କୁ ପାଠପଢ଼ାଇବା ଠାରୁ ଆରମ୍ଭ କରି ପରିବାର ସମ୍ପର୍କ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିଥାନ୍ତି। ସରକାରୀ କର୍ମଚାରୀମାନେ ଏମାନଙ୍କ ତୁଳନାରେ ଅଧିକ ଦରମା ପାଉଛନ୍ତି। ସେଥିପାଇଁ ସମସ୍ତ ବେସରକାରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ପେନ୍ସନ୍ ପଲିସି କରିବା ପାଇଁ ଶ୍ରୀ ହୋତା ଦାବି କରିଥିଲେ। ଆଜିର ଆନ୍ଦୋଳନରେ ଏନଆଇଓଏସ୍ ଡିଇଏଲଇଡି ଶିକ୍ଷକ ସଂଘର ରାଜ୍ୟ ସଭାନେତ୍ରୀ ଜ୍ୟୋତିମଞ୍ଜରୀ ସେଠ୍ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷା କଳ୍ପନା ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ। ପରେ ସଂଘର ଏକ ପ୍ରତିନଧିମଣ୍ଡଳୀ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସହିତ ଆଲୋଚନା କରିଥିଲେ। ମନ୍ତ୍ରୀ ଦାବି ଗୁଡ଼ିକ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଏନଆଇଓଏସ୍ ଡିଇଏଲଇଡି ଶିକ୍ଷକ ସଂଘ ପକ୍ଷରୁ ଧାରଣା
/sambad/media/post_attachments/wp-content/uploads/2023/04/654f65h465shfhfhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)