ଭୁବନେଶ୍ବର : ଷ୍ଟାଣ୍ଡ ଯୋଗାଇ ଦେବା ପୂର୍ବରୁ ପାଣି ଓ ବିଦ୍ୟୁତ କାଟ କରାଯିବା ପ୍ରତିବାଦରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆମ୍ବୁଲାନ୍ସ ଡ୍ରାଇଭରମାନେ ଧାରଣା ଦେଇଥିଲେ। ଧାରଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ପାଣି ଓ ବିଦ୍ୟୁତ ସଂଯୋଗ କରାଯିବାର ପ୍ରତିଶ୍ରୁତି ଦେବା ପରେ ଡ୍ରାଇଭର ମାନେ ଧାରଣାରୁ ଉଠିଥିଲେ।
ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଆମ୍ବୁଲାନ୍ସ ଷ୍ଟାଣ୍ଡ ଉଚ୍ଛେଦ କରାଯିବ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନୂତନ ଆମ୍ବୁଲାନ୍ସ ଷ୍ଟାଣ୍ଡ ନ ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନର ଷ୍ଟାଣ୍ଡ ଉଚ୍ଛେଦ କରାଯାଇପାରିବ ନାହିଁ। ତେଣୁ ନୂତନ ଷ୍ଡାଣ୍ଡ ପାଇଁ ଜାଗା ଚିହ୍ନଟ କରାଯାଇ କାମ ଚାଲୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାଣ୍ଡ ସ୍ଥାନାନ୍ତର କରାଯାଇନାହିଁ। କିନ୍ତୁ ତା’ ପୂର୍ବରୁ ବର୍ତ୍ତମାନ ଷ୍ଟାଣ୍ଡରୁ ପାଣି, ବିଦ୍ୟୁତ ସଂଯୋଗ କଟାଯାଇଥିବାରୁ ଆମ୍ବୁଲାନ୍ସ ଡ୍ରାଇଭରମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ବିରୋଧ କରି ଆମ୍ବୁଲାନ୍ସ ଡ୍ରାଇଭର ମାନେ ଧାରଣାରେ ବସିଥିଲେ।