ଭୁବ‌ନେଶ୍ବର: ୭ ଦଫା ଦାବି ପୂରଣ ନେଇ ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଆଜି ପୂର୍ବାହ୍ନରେ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ କୃଷକ ସାଥୀମାନଙ୍କୁ କୃଷି ବିଭାଗରେ କୃଷି କର୍ମଚାରୀର ମାନ୍ୟତା ଦିଆଯାଉ, କୁଶଳୀ ଶ୍ରମିକ ହାରରେ ମାସିକ ମଜୁରି ପ୍ରଦାନ, ପିଏଫ୍, ଇଏସଆଇ ଏବଂ ସାମାଜିକ ସୁରକ୍ଷା ‌ଯୋଗାଇ ଦିଆଯାଉ, ଡ୍ରେସକୋଡ୍ ସହ ପରିଚୟପତ୍ର ପ୍ରଦାନ କରାଯିବା ଆଦି ଦାବି ରହିଛି। ଏହି ଅବସରରେ ଅନୁଷ୍ଠିତ ପ୍ରତିବ‌ାଦ ସଭାରେ କୁହାଯାଇଛି ଯେ ରାଜ୍ୟର ୧୩,୬୦୦ କୃଷକ ସାଥୀ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି। କିନ୍ତୁ ସରକାରର ସେମାନଙ୍କୁ ସର୍ବନିମ୍ନ ବେତନ ଓ ସାମାଜିକ ସୁରକ୍ଷା ଯୋଗାଇ ଦେଉନାହାନ୍ତି। ତେଣୁ ଯଥାଶୀଘ୍ର ଦାବି ପୂରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଆ‌ଜିର ଆନ୍ ଦୋଳନରେ ସଂଘ ସଭାପତି ଅମୂଲ୍ୟ କୁମାର କର, ସାଧାରଣ ସମ୍ପାଦକ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।