ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ଦିନକରେ ୪୨୭୦ ପଜିଟିଭ୍, ୪୧୨୧ ସୁସ୍ଥ, ୧୧ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁନର୍ବାର ୪ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ୪୨୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ପୂର୍ବର ୪୧୯୮ ସଂକ୍ରମଣକୁ ପଛରେ ପକାଇ ଦେଇଛି। କିଛିଦିନ ଧରି ଖୋର୍ଧା ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ଖସିଥିବା ବେଳେ ଗତ ୨୪ଘଣ୍ଟାରେ ପୁଣିଥରେ ୮ଶହ ସଂଖ୍ୟାକୁ ଛୁଇଁଛି। ସେହିପରି କଟକ ଓ ପୁରୀରେ ପୂର୍ବଭଳି ଦ୍ରୁତ ସଂକ୍ରମଣ ଜାରି ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୨ହଜାର ୯୨୦ରେ ପହଞ୍ଚିଛି।

ଅପରପକ୍ଷରେ ଆଜି ୪୧୨୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ରେକର୍ଡ। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨୯ହଜାର ୮୫୯କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୭୫୨ଜଣ ସୁସ୍ଥ ହୋଇଛନ୍ତି। କଟକ ୪୪୦, ପୁରୀ ୨୭୫, ଯାଜପୁର ୨୭୨, ନୂଆପଡ଼ା ୨୬୮, ଅନୁଗୁଳ ୧୮୭, ବରଗଡ଼ ୧୮୧, ଢେଙ୍କାନଳ ୧୫୦, ମୟୂରଭଞ୍ଜ ୧୨୬, ସୋନପୁର ୧୨୨, କୋରାପୁଟ ୧୧୯, ବାଲେଶ୍ବର ଓ ବଲାଙ୍ଗୀରରେ ୧୦୮ ଲେଖାଏଁ, ଗଞ୍ଜାମରେ ୧୦୩, ଜଗତସିଂହପୁର ୯୭, କେନ୍ଦୁଝର ୮୩, ବୌଦ୍ଧ ୭୬, କେନ୍ଦ୍ରାପଡ଼ା ୭୫, କନ୍ଧମାଳ ୬୯, ଝାରସୁଗୁଡ଼ା ୬୬, ସୁନ୍ଦରଗଡ଼ ୬୪, ଭଦ୍ରକ ୬୨, ରାୟଗଡ଼ା ୬୧, ସମ୍ବଲପୁର ୬୦, ନୟାଗଡ଼ ୫୬, କଳାହାଣ୍ଡି ୫୧, ଗଜପତି ୨୯, ଦେବଗଡ଼ ଓ ନବରଙ୍ଗପୁରରୁ ୨୪ ଲେଖାଏଁ, ମାଲକାନଗିରିରେ ୧୩ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି କରୋନାରେ ୧୧ଜଣ ପ୍ରାଣ ହରାଇଛନ୍ତି। ଏଥିରେ ପୁରୀ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ଖୋର୍ଧାରୁ ୨, କଳାହାଣ୍ଡି, ମୟୂରଭଞ୍ଜ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୫୬ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୯୬, କଟକ ୫୪, ସୁନ୍ଦରଗଡ଼ ୩୯, ରାୟଗଡ଼ା ୩୪, ପୁରୀ ୨୮, ସମ୍ବଲପୁର ୨୦, ଗଜପତି ୧୮, ନୟାଗଡ଼ ଓ କନ୍ଧମାଳରୁ ୧୭ ଲେଖାଏଁ, ବାଲେଶ୍ବର ୧୫, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ୧୨ଜଣ ଲେଖାଏଁ ଓ ଭଦ୍ରକରେ ୧୦ଜଣ କରୋନାରେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ଦୈନିକ କୋଭିଡ୍‌ ନମୁନା ପରୀକ୍ଷାରେ ବିଶେଷ ବୃଦ୍ଧି ଦେଖିବାକୁ ମିଳିନାହିଁ। ଗତ ୧୪ ତାରିଖରେ ପରୀକ୍ଷା ୪୩ ହଜାରକୁ ଖସି ଆସିଥିଲା। ମାତ୍ର ଗତ ୨୪ଘଣ୍ଟାରେ ୫୧,୩୨୦ ପରୀକ୍ଷା ହୋଇଛି। ଏଥିରେ ୯ହଜାରରୁ ଅଧିକ ଆର୍‌ଟି-ପିସିଆର ପରୀକ୍ଷା କରାଯାଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ୪୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ଜଣ ସଙ୍ ଗୋଧରୁ ଓ ୧୭୯୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୮୭୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୭୪, ପୁରୀ ୨୮୭, ଜଗତସିଂହପୁର ୧୮୮, ବରଗଡ଼ ୧୮୩, ଯାଜପୁର ୧୬୨, ବାଲେଶ୍ବର ୧୫୦, ଅନୁଗୁଳ ୧୪୭, ମୟୂରଭଞ୍ଜ ୧୩୧, ଝାରସୁଗୁଡ଼ା ୧୨୧, ନୂଆପଡ଼ା ୧୧୯, ସମ୍ବଲପୁର ୧୧୪, କେନ୍ଦ୍ରାପଡ଼ା ୯୯, ବଲାଙ୍ଗୀର ୯୭, କେନ୍ଦୁଝର ୮୭, ନବରଙ୍ଗପୁର ୮୬, କୋରାପୁଟ ୮୩, ରାୟଗଡ଼ା ୮୦, ସୋନପୁର ୭୪, କନ୍ଧମାଳ ୭୩, ଗଞ୍ଜାମ ୬୮, ମାଲକାନଗିରି ୬୪, ଢେଙ୍କାନଳ ୬୩, ଗଜପତି ୫୮, ଭଦ୍ରକ ୫୫, ନୟାଗଡ଼ ୪୭, କଳାହାଣ୍ଡି ୪୪, ସୁନ୍ଦରଗଡ଼ ୩୮, ବୌଦ୍ଧ ୨୨, ଦେବଗଡ଼ ୧୮ ଓ ଷ୍ଟେଟ୍‌ ପୁଲ ୨୬୨ ରହିଛି। ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୪୭ରେ ପହଞ୍ଚିଛି। ଗଞ୍ଜାମରେ ୧୯,୩୬୯, କଟକ ୧୪,୧୧୩, ପୁରୀ ୭୧୩୦, ରାୟଗଡ଼ା ୬୩୮୧, ଯାଜପୁର ୬୧୬୮, ମୟୂରଭଞ୍ଜ ୬୦୧୯, ସୁନ୍ଦରଗଡ଼ ୫୮୫୦, ବାଲେଶ୍ବର ୫୬୧୦ ଓ କୋରାପୁଟରେ ୫୦୩୬ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। କେବଳ ଦେବଗଡ଼ ଜିଲ୍ଲାରେ ୪୪୦ ଆକ୍ରାନ୍ତଙ୍କୁ ବାଦ୍ ଦଲେ ଅନ୍ୟ ୨୯ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ପାର୍ କରିଛି।

ସମ୍ବନ୍ଧିତ ଖବର