ଗୋପାଳପୁର: ଗୋପାଳପୁରସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରରେ ଏକ ନୂତନ ପ୍ରଜାତିର ସାମୁଦ୍ରିକ ମାଛ ଚିହ୍ନଟ କରାଯାଇଛି। ଏହି ମାଛକୁ ହାପ୍ଲୋସେବାଷ୍ଟିସ୍ ଆରମାଟସ ବୋଲି କୁହାଯାଉଛି। ଚଳିତ ବର୍ଷ ଓଡ଼ିଶାର ପାରାଦୀପରୁ ପ୍ରଥମ ଥର ୨ଟି ଓ ଦୀଘା ଠାରୁ ୨୨ଟି ଏହି ନୂତନ ବିରଳ ପ୍ରଜାତିର ମାଛ ଧରାପଡିଥିଲା। ଏହି ମାଛ ୧୯୨୯ ମସିହାରେ ପ୍ରଶାନ୍ତ ମହାସାଗରରେ ଦେଖାଯାଇଥିବା ଗବେଷକ ମାନେ କହିଛନ୍ତି। ଏହା ବିରଳ ପ୍ରଜାତିର ହୋଇଥିବାରୁ ଏହାର ପରୀକ୍ଷାନିରୀକ୍ଷା ପାଇଁ ଗୋପାଳପୁରସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରକୁ ପଠାଯାଇଥିଲା। ଏହି ମାଛକୁ ହାପ୍ଲୋସେବାଷ୍ଟିସ ଆରମାଟସ୍ ବୋଲି ନାମକରଣ କରାଯାଇଛି। ଏହା ବିଷାକ୍ତ ଥିବା ଯୋଗୁଁ ଫ୍ଲାବାର ସ୍କୋରପିଅନ ଫିସ୍ ବୋଲି କୁହାଯାଉଥିବା କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର କହିଛନ୍ତି।
ନୂତନ ପ୍ରଜାତିର ସାମୁଦ୍ରିକ ମାଛ ଚିହ୍ନଟ
/sambad/media/post_attachments/wp-content/uploads/2021/10/f5h465sf4h65s4fhfhfhfhfhfhfhfhfhfhfhfhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)