ଚଳନ୍ତା ହାଇୱାର ପଛ ଚକାରେ ଡେଇଁ ମୃତ ବ୍ୟକ୍ତିର ମିଳିଲା ପରିଚୟ

ଜୟପୁର: ଶୁକ୍ରବାର ସକାଳ  ୬ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀ ଗାଁ ନିକଟରେ ଚଳନ୍ତାହାଇୱାର ପଛ ଚକାରେ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ପରିଚୟ ଜୟପୁର ସଦରଥାନା ପୁଲିସକୁ ମିଳିଛି। ମୃତ ବ୍ୟକ୍ତିଙ୍କ ନିଜ ଘର ଝାରଖଣ୍ଡ ରାଜ୍ୟର ରାମଗଡ଼ ଜିଲ୍ଲାର ବାସଲପାତ୍ରୁ ଥାନା ଅର୍ନ୍ତଗତ ଭୁରୁକୁଣ୍ଡା ଗାଁର ବିଞଲ ଯାଦବ(୩୮) ବୋଲି କହିଛନ୍ତି  ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ମୃତ ବିଞଲ ଅନ୍ୟ ମାନଙ୍କ ସହ ଉମୁରୀ ନିକଟରେ ଚାଳିଥିବା ମୋବାଇଲ୍ ଟାୱାରରେ କାମ କରୁ୍‌ଥିଲେ। ଗତ କିଛି ଦିନ ହେବ ତାଙ୍କ ମାନସିକ ସ୍ଥିତି ଭଲ ନଥିବା ସହକର୍ମୀ ଓ ପରିବାରବର୍ଗ ପୁଲିସକୁ ସୂଚନା ଦେଇଥିଲେ। ଘଟଣାଦିନ ସକାଳୁ ଅଚାନକ ଭାବେ ମୃତକ ଅନ୍ୟ ସାଥୀଙ୍କ ସହ ରହୁଥିବା ବସାରୁ ବାହାରି ଆସିଥିଲେ। ଜୟପୁର ପଟକୁ ବୋରିଗୁମ୍ମା ଆଡ଼ରୁ ହାଇୱା ଆସୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ହାଇୱାକୁ ହାତ ମାରିଥିଲେ। ଉକ୍ତ ବ୍ୟକ୍ତି ଜଣକର ହାବଭାବ ଦେଖି ଡ୍ରାଇଭର ସାମାନ୍ୟ ଭୟଭୀତ ହୋଇଥିଲେ।  ତେବେ ହାଇୱାଟି ନିଜ ଗତିକୁ କମାଇ ଆଣୁଥିବା ବେଳେ ଅଚାନକ ଭାବେ ଉକ୍ତ ବ୍ୟକ୍ତି ଜଣକ ଏହାର ପଛ ଛକ ମଧ୍ୟକୁ ପସି ଯାଇଥିଲେ। ଏହା ଫଳରେ ପଛ ଛକଟି ଉକ୍ତ ବ୍ୟକ୍ତିଙ୍କ ଶରୀର ଉପରେ ଚଢ଼ି ପଳାଇଥିଲା। ପେଟର ଅନ୍ତବୁଜୁଳା ସବୁ ବାହାରକୁ ବାହାରି ପଡ଼ିବା ସହ ବ୍ୟାପକ ରକ୍ତବୋହିବା ସହ ଘଟଣାସ୍ଥଳରେ ହିଁ ବିଞଲଙ୍କ ମୃତ୍ୟୁ ହୋଇଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ। ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରଖାଯାଇଥିବା ଶବକୁ ବ୍ୟାବଛେଦ କରି ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି  ସଦରଥାନା ଅଧିକାରୀ।

 

ସମ୍ବନ୍ଧିତ ଖବର