ଜୟପୁର:  ବଂଶୀବାଦନ କରିବାକୁ ଯାଇ ଜଣେ କଳାକାରଙ୍କୁ ଜଗତରନାଥ ଜଗନ୍ନାଥ(କାଳିଆ)ଙ୍କ ପ୍ରତିମୂର୍ତ୍ତି ମିଳିବା ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମୂର୍ତ୍ତିଟିକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ବି ତାଙ୍କ ଘରକୁ ଯାଇଥିଲେ। ବିଶିଷ୍ଟ ବଂଶୀବାଦକ ଧୀରେନ୍ ମୋହନ ପଟ୍ଟନାୟକ ଗତକାଲି ସଂଧ୍ୟାରେ ନିଜ ପତ୍ନୀ ଓ ପରିବାରବର୍ଗଙ୍କୁ ନେଇ କୋଲାବ ଜଳଭଣ୍ଡାରର ସୁନ୍ଦର ପରିବେଶ ଓ ଦୃଶ୍ୟ ଉପଭୋଗ କରିବା ପାଇଁ ଯାଇଥିଲେ। ସାଙ୍ଗରେ ନିଜର ବଂଶୀ ଖଣ୍ଡିକ ଧରିକି ଯାଇଥିଲେ। ବଂଶୀବାଦନ କରିବା ପାଇଁ ଜାଗା ଖୋଜି ଖୋଜି ଗଂଜେଇପଦର ନିକଟରେ ଜଳଭଣ୍ଡାର ପାର୍ଶ୍ବରେ ଥିବା ଗୋଟିଏ ପଥର ନିକଟକୁ ଯାଇଥିଲେ।

Advertisment

ବଂଶୀବାଦନ ଆରମ୍ଭ କରିବାକୁ ଯାଉଥିବା ସମୟରେ ସେ ବସିଥିବା ପଥରପାର୍ଶ୍ବରେ ଥିବା ଘାସ ଉପରେ ଜଗତରନାଥ ଜଗନ୍ନାଥଙ୍କ ଛୋଟ ମୂର୍ତ୍ତିଟି ପଡ଼ିରହିଥିବା ଅଚାନକ ଦେଖିଥିଲେ ଧୀରେନ୍। ସେ ଏହାକୁ ଦେଖିବା ପରେ ତାଙ୍କୁ ଲାଗିଲା ମହାପ୍ରଭୁ କାଳିଆ ହିଁ ତାଙ୍କୁ ସେଠାକୁ ଡାକି କି ନେଇଛନ୍ତି। କାଳିଆଙ୍କୁ ତାଙ୍କ ସାଙ୍ଗରେ ନେବା ପାଇଁ। ସେ ଏହା ଦେଖିବା ପରେ ଖୁସିରେ ତାଙ୍କ ଛାତି ଗଦ ଗଦ ହୋଇଯାଇଥିଲା। ତାଙ୍କ ଆଖିରେ ଆନନ୍ଦର ଅଶ୍ରୁ ବୋହି ଚାଳିଥିବା କହିଛନ୍ତି ଧୀରେନ୍। ସେହି ନିର୍ଜନ ଜାଗରେ କାଳିଆ ଠାକୁରଙ୍କୁ ପାଇଁ ସେ ପରମ ଆଶୀର୍ବାଦ ଲାଭ କରିଛନ୍ତି ବୋଲି କହିଛନ୍ତି। ତା ପରେ ତାଙ୍କ ପତ୍ନୀ ଓ ପରିବାରବର୍ଗଙ୍କୁ ସେ ଯେଉଁ ଠାରୁ ଉଦ୍ଧାର କଲେ ସେଠାରୁ ସେ ଦେଖାଇଥିଲେ। କେହି କାଳିଆ ମହାପ୍ରଭୁଙ୍କ ମୂର୍ତ୍ତିକୁ ବିସର୍ଜନ କରି ବି ତାଇ ପାରନ୍ତି ଏହା ତାଙ୍କ ପାଇଁ ଚମତ୍କାର ଓ ଆଶୀର୍ବାଦ ବୋଲି କହିଛନ୍ତି ଧୀରେନ୍। ସଂପ୍ରତି ସେ ଏହି ମୂର୍ତ୍ତିକୁ ସ୍ବତନ୍ତ୍ର ଉତ୍ସବରେ ହୋମଯଜ୍ଞ ଆଦି ଆୟୋଜନ କରି ପ୍ରାଣପ୍ରତିଷ୍ଟା କରି ଟାଙ୍କୁଆସ୍ଥିତ ଜଗନ୍ନାଥମନ୍ଦିରରେ ସ୍ଥାପନ କରିବେ ବୋଲି କହିଛନ୍ତି ଧୀରେନ୍।