ପୁରୀ: ଚୋରଙ୍କ ଟାର୍ଗେଟରେ ମନ୍ଦିର | ରାଜ୍ୟର ମନ୍ଦିରଗୁଡିକରେ ଥିବା ବହୁ ପୁରାତନ ମୂର୍ତ୍ତି ଓ ଅଳଙ୍କାର ଉପରେ ଏବେ ରହିଛି ଚୋରଙ୍କ ନଜର | ପୁରୀସଦର ଗଡ଼ମୃଗସିରା ପଞ୍ଚାୟତର ଅଳପୁର ଗ୍ରାମର ନାରାୟଣ ଦେବ ମନ୍ଦିରରୁ ବହୁ ପୁରାତନ ମୂଲ୍ୟବାନ ମୂର୍ତ୍ତି ଗତକାଲି ରାତିରେ ଚୋରି ହୋଇଯାଇଛି |

Advertisment

publive-image

ମିଳିଥିବା ସୂଚନା ମୁତାବକ ଚୋରି ହୋଇଯାଇଥିବା ମୂର୍ତ୍ତି ମଧ୍ୟରେ ଲକ୍ଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ଦେବାଦେଵୀଙ୍କ ଅଳଙ୍କାର କିରଟି, ହାର ପ୍ରମୁଖ ଚୋରି ହୋଇଯାଇଛି ବୋଲି ମନ୍ଦିର ପୂଜକ ଆର୍ତ୍ତତ୍ରାଣ ପଣ୍ଡା ସୂଚନା ଦେଇଛନ୍ତି |

publive-image

ଏନେଇ ଗ୍ରାମବାସୀମାନେ ଚନ୍ଦନପୁର ଥାନାରେ ଏତଲା ଦେଇଛନ୍ତି | ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ମନ୍ଦିରରେ ଚୋରି ଘଟଣା ବୃଦ୍ଧି ପାଉଥିବାବେଳେ ଏଥିରେ କୌଣସି ଆନ୍ତଃରାଜ୍ୟ ଗ୍ୟାଙ୍ଗ ସାମିଲ ଥିବାର ସନ୍ଦେହ କରାଯାଉଛି | ବଡ କଥା ଯେ ଚୋରଙ୍କୁ ଧରିବାରେ ପୁଲିସ ହାତ ଖାଲି ଥିବାବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି |