ମୂର୍ତ୍ତିପଥର ଚୋରାଚାଲାଣ, ଟ୍ରାକ୍ଟର ମାଲିକ ଗିରଫ

ଚଣ୍ଡିଖୋଲ: ବାଲିଚନ୍ଦ୍ରପୁର ଥାନା ପୁଲିସ ଚଣ୍ଡିଆ ପାହାଡ଼ ନିକଟରୁ ଏକ ଟ୍ରାକ୍ଟର (ଓଡି ୦୪ ଆର ୨୪୬୭) ସହିତ ଚୋରା ମୂର୍ତ୍ତିପଥର ଜବତ କରିଛି। ଗାଡ଼ି ମାଲିକ ସାଉଡ଼ିଆ ଗ୍ରାମର ସ୍ୱାଧୀନ ମଲ୍ଲିକ (୪୦)କୁ ଗିରଫ କରାଯାଇଛି। ଚାଳକ ଫେରାର ହୋଇଯାଇଛି।

ଚଣ୍ଡିଆ ପାହାଡ଼ରୁ ଗତକାଲି ସନ୍ଧ୍ୟାରେ ଦୁଇଟି ବଡ଼ ମୂର୍ତ୍ତିପଥର ବୋଝେଇ କରି  ଟ୍ରାକ୍ଟରରେ ନିଆଯାଉଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରି ଥାନା ନେଇଯାଥିଲା। ମୂର୍ତ୍ତିପଥର ଚୋରା କାରବାରରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର