ସିନାପାଲି: ସିନାପାଲି ଥାନା ଅଞ୍ଚଳରେ ଅବାଧରେ ବେଆଇନ ମଦ କାରବାର ଚାଲିଛି। ଛତିଶଗଡ଼ ସୀମାନ୍ତରେ ଥିବା ଉପାନ୍ତ ନୂଆମାଲପଡ଼ା ପଞ୍ଚାୟତରେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଳାଇଛନ୍ତି ଜନସାଧାରଣ। ଏହି କ୍ରମରେ ରବିବାର ସଂପୃକ୍ତ ପଞ୍ଚାୟତବାସୀ ଏକାଠି ହୋଇ ଖନ୍ଦାପଡ଼ା, ନୂଆମାଲପଡ଼ା, ପୋର୍ଟିପଡ଼ା ସମେତ ସମସ୍ତ ଗାଁରେ ଶୋଭାଯାତ୍ରା କରିଛନ୍ତି।
ପଞ୍ଚାୟତ ସଦର ମହକୁମା ନୂଆମାଲପଡ଼ାରେ ଏକ ବୈଠକ କରି ପଞ୍ଚାୟତକୁ ମଦ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୌଣସି ସ୍ଥାନରେ ମଦ କାରବାରର ସୁରାକ ମିଳିଲେ ଭାଟି କିମ୍ବା କୋଠିକୁ ପୋଡ଼ିଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସରପଞ୍ଚ ବନୀତା ପୋଡ଼, ସମିତିସଭ୍ୟ ଟୋପଚନ ମାଝୀ, ସ୍ବେଚ୍ଛାସେବୀ ଗଣେଶ ପୋଡ଼, ପୂର୍ବ ସମିତି ସଭ୍ୟ ପଦ୍ମନ ମାଝୀ, ଉଜ୍ବଳ ସିଂ ମାଝୀ, କୈଲାସ ରଣା, ବୈଲୋଚନ ମାଝୀ, ସମସ୍ତ ୱାର୍ଡସଭ୍ୟ ସଭ୍ୟା ତଥା ଜନସାଧାରଣ ଉପସ୍ଥିତ ଥିଲେ।