ରାୟଗଡ଼ା/ଭୁବନେଶ୍ବର: ରାୟଗଡ଼ା ହୋଟେଲରେ ୨ ଜଣ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଜିଲ୍ଲା ପୁଲିସକୁ ତଦନ୍ତରେ ସହଯୋଗ କରିବ। ଋଷୀୟ ପର୍ଯ୍ୟଟକଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା, ସେନେଇ କ୍ରାଇମବ୍ରାଞ୍ଚ ସହଯୋଗ କରିବ। ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ପୂରା ଘଟଣାର ତଦନ୍ତ କରିବ।

Advertisment

publive-image imes of India

ରାୟଗଡ଼ାକୁ ୪ ଜଣ ଋଷିୟ ପର୍ଯ୍ୟଟକ ଓଡିଶା ଆସିଥିଲେ। ରାୟଗଡ଼ାରେ ରହିବା ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ କାରଣ ଏଯାଏଁ ଅସ୍ପଷ୍ଟ। ଫାଇନାଲ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୃତ୍ୟୁର ଦୁଇଦିନ ପରେ ଅର୍ଥାତ ୨୪ ଡିସେମ୍ବରରେ ଆଉ ଜଣେ ଋଷିୟ ବନ୍ଧୁ ଆତ୍ମହତ୍ୟା କରିଛନ୍ତି। ତେବେ ଦୁଇ ଦିନ ବ୍ୟବଧାନରେ ଦୁଇ ଜଣଙ୍କ ମୃତ୍ୟୁ ସନ୍ଦେହ ବଢାଇଛି। ତଦନ୍ତରେ ସହଯୋଗ ପାଇଁ ସିଆଇଡିକୁ କୁହାଯାଇଛି। ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ପାସପୋର୍ଟକୁ ନେଇ ଛାନଭିନ ଜାରି ରହିଛି। ବିଦେଶୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ସିଆଇଡିକୁ ସାମିଲ କରାଯାଇଛି। ୪ ଜଣଙ୍କ ମଧ୍ୟରୁ ବାକି ଦୁଇ ଜଣ ଏବେ କେଉଁଠି ଅଛନ୍ତି ତାହା ଜଣାପଡିନି। ଓଡିଶା ପୁଲିସ ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇଛି। 

-ପୁଲିସ ଡିଜି ସୁନୀଲ ବଂଶଲ

ଋଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଦକ୍ଷିଣ-ପଶ୍ଚିମ ଡିଆଇଜି ରାଜେଶ ପଣ୍ଡିତ ହୋଟେଲରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଡିଆଇଜି ଶ୍ରୀ ପଣ୍ଡିତ କହିଛନ୍ତି ଯେ, ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟମର୍ଟମ ବେଳର ଭିଡିଓ ରେକର୍ଡିଂ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଇନ୍‌କୁଏଷ୍ଟ କରାଯାଇଛି। ତଦନ୍ତ କରି ତଥ୍ୟ ସାମ୍ନାକୁ ଆଣିବୁ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ରାୟଗଡ଼ା ଆସିଥିଲେ। ୪ ବିଦେଶୀ ପର୍ଯ୍ୟଟକ ସାଇ ଇଣ୍ଟର ନ୍ୟାସନାଲ ହୋଟେଲର ୨୦୩ ନଂ ରୁମରେ ରହିଥିଲେ। ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅବଶିଷ୍ଟ ୨ ଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ପୁଲିସ ପଚରାଉଚରା କରିଛି। ପୁଲିସର ଜେରା ପରେ ଋଷୀୟ ଦଂପତି ହୋଟେଲ ଛାଡ଼ିଛନ୍ତି। ତାଙ୍କ ସହିତ ଟୁର ଗାଇଡ୍ ମଧ୍ଯ ହୋଟେଲ ଛାଡିଛନ୍ତି। ସେମାନେ ରାୟଗଡାରୁ ଭୁବନେଶ୍ବର ଦେଇ ନିଜ ଦେଶକୁ ଫେରିଯିବାକୁ ଯୋଜନା ରଖିଛନ୍ତି।