ଜୟପୁର: ଏଆଇଟିୟୁସି ର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ହୀରାକୁଦ ଠାରେ ଗତ ୧୧ ଓ ୧୨ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋରାପୁଟ ଜିଲ୍ଲାରୁ ଏଆଇଟିୟୁସିର କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ମହାନ୍ତି ଓ ଉତ୍ତମ ମଲ୍ଲିକ ଯୋଗ ଦେଇ ଜୟପୁର ସେବା କାଗଜ କଳ ରେ ମ୍ୟାନେଜମେଣ୍ଟ ଜାରି ରଖିଥିବା ଶ୍ରମିକ ଶୋଷଣ ଏବଂ କିଭଳି ଅବସରପ୍ରାପ୍ତ ଶ୍ରମିକ ମାନେ ସେମାନଙ୍କ କଷ୍ଟାର୍ଜିତ ପିଏଫ ଟଙ୍କା ପେନସନ ସୁବିଧା ପାଇପାରୁ ନାହାନ୍ତି ଏବଂ ବକେୟା ପାଉଣା ପାଇଁ ଅପେକ୍ଷା କରି କରି ମୃତ୍ୟୁ ବରଣ କଲେଣି ତାହାର ଚିତ୍ର ଉପସ୍ଥାପନ କରିଥିଲେ।
କାରଖାନା ଓଡ଼ିଶା ସରକାରଙ୍କ ଅଜ୍ଞାତସାରରେ ଏବଂ ଶ୍ରମିକମାନଙ୍କୁ ଉପେକ୍ଷା କରି ଆଉ ଏକ କମ୍ପାନୀକୁ ବିକ୍ରି ହୋଇଗଲା । ହରିଆନା ସରକାର ଙ୍କ ଷ୍ଟାମ୍ପ ପେପର୍ ରେ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ କରି ତାରି ବଳରେ ଏକ ବ୍ୟାଙ୍କରୁ ରୁଣ ନେବା ପରେ ବି ଶ୍ରମିକ ମାନଙ୍କ ପି ଏଫ୍ ଟଙ୍କା ଡିପୋଜିଟ୍ ହୋଇ ନାହିଁ। ଅବସରପ୍ରାପ୍ତ ଶ୍ରମିକ ମାନେ ସେମାନଙ୍କ ପେନସନ ମଧ୍ୟ ପାଇପାରୁ ନାହାନ୍ତି । କାର୍ଯ୍ୟରତ ଶ୍ରମିକମାନଙ୍କୁ ଅଧା ଦରମା ଦିଆଯାଉଛି ଏବଂ ବକେୟା ପାଉଣା ପାଇଁ କଂପାନୀ ବିଭିନ୍ନ ସର୍ତ୍ତ ରଖିଥିବା ସଂପର୍କରେ ଆଲୋଚନା କରାଯାଇଥିଲା। କଞ୍ଚାମାଲ, କେମିକାଲ ,କୋଇଲା ଅଭାବ ରୁ କାରଖାନା ଅଧାରୁ ଅଧିକ ଦିନ ବନ୍ଦ ରହୁଛି । ଏଥିପାଇଁ ଆଗାମୀ ବିଧାନସଭା ବଜେଟ୍ ଅଧିବେସନ ସମୟରେ ଶିଳ୍ପମନ୍ତ୍ରୀ ଓ ସଚିବ, ମୁଖ୍ୟ ଶାସନ ସଚିବ ଙ୍କ ସମ୍ମୁଖରେ ସମସ୍ୟା ଉପସ୍ଥାପନ କରିବା ସହ ବିଧାନ ସଭା ସମ୍ମୁଖରେ ଧାରଣା ଦେବା ପାଇଁ ଶ୍ରମିକମାନେ ଯେଉଁ କାର୍ଯ୍ୟପନ୍ତା ଗ୍ରହଣକରିବେ ତାହାକୁ ଏଆଇଟିୟୁସି ରାଜ୍ୟ ନେତୃତ୍ବ ସଂପୁର୍ଣ୍ଣ ସହଯୋଗ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ଏଆଇଟିୟୁସି ରାଜ୍ୟ ପରିଷଦ ପକ୍ଷରୁ ପ୍ରସ୍ତାବନା ରେ କୁହାଯାଇଛି ଯେ ରାଜ୍ୟ ସରକାର ଶିଳ୍ପାୟନ ନାଁ ରେ ଜମି ଅଧିଗ୍ରହଣ , ଖଣି ପାଣି ଲୁଟ୍ ଓ ବହୁଳ ପ୍ରଚାରବାଜୀ ଛାଡି ଓଡ଼ିଶାରେ ବନ୍ଦ ଥିବା ସମସ୍ତ କଳକାରଖାନା କୁ ଚାଲୁ କରିବା ପାଇଁ ବିଧିବଦ୍ଧ ଭାବେ ନିତୀ ଘୋଷଣା କରନ୍ତୁ । ଓଡ଼ିଶା ରେ ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଥିବା ସମସ୍ତ କଳକାରଖାନା ର ଏକ ବିସ୍ତୃତ ତାଲିକା ତିଆରି କରାଯାଇଛି ଏବଂ ସମସ୍ତ ତଥ୍ୟ ସହ ଶ୍ରମିକ ମାନଙ୍କ ସମସ୍ୟା ଓ ସମାଧାନ ପାଇଁ ଏକ ରାଜ୍ୟ ସ୍ତରୀୟ କନଭେନସନ୍ ନିକଟରେ କରି ଏହାକୁ ଜନ ଆନ୍ଦୋଳନ ର ରୂପ ଦେବ ଏବଂ ସାରା ଓଡ଼ିଶା ବ୍ୟାପୀ ଆନ୍ଦୋଳନ କରିବ । ଏହି ରାଜ୍ୟ ସ୍ତରୀୟ ବୈଠକରେ ସେବା କାଗଜ କଳ ର ଶ୍ରମିକ ନେତା ଶ୍ରୀ ପ୍ରମୋଦ କୁମାର ମହାନ୍ତି