ଇଫୁ ମଲ୍ଲିକଙ୍କୁ ମିଳିଲା ସରକାରୀ ସହାୟତା

ଭୁବନେଶ୍ବର : କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ମେଡିକାଲ ପଢ଼ିବା ସ୍ବପ୍ନ ପୂରଣ ହେବାକୁ ଯାଉଛି। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଇଫୁ କୋରାପୁଟସ୍ଥିତ ଏସ୍‌ଏଲଏନ୍ ମେଡିକାଲ କଲେଜରେ ପଢ଼ିବା ଲାଗି ଚୟନ ହୋଇଥିଲେ। ମାତ୍ର ଅର୍ଥ ଅଭାବରୁ ତାଙ୍କର ଏହି ସ୍ବପ୍ନ ମଉଳି ଯିବାକୁ ବସିଥିଲା। ଗଣମାଧ୍ୟମରେ ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିଏସ୍‌ଟି ବିଭାଗକୁ ତ୍ବରିତ ପଦକ୍ଷେପ ନେବା ଲାଗି ନିର୍ଦେଶ ଦେଇଥିଲେ। ମାତ୍ର ୬ଘଣ୍ଟା ଭିତରେ ରାଜ୍ୟ ସରକାର ପ୍ରଥମ ବର୍ଷର ପାଠ୍ୟକ୍ରମ ବାବଦରେ ୬୨,୯୫୦ ଟଙ୍କା ମଞ୍ଜୁର କରିଛନ୍ତି। ଅନୁସୂଚିତ ଜନଜାତି ବର୍ଗ ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଯୋଜନାରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।

ଅନୁସୂଚିତ ବର୍ଗର ମେଧାବୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ଆର୍ଥିକ ସହାୟତା ଯୋଜନା ରହିଛି। ଏଥିରେ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଇଫୁଙ୍କ ସହ ଆଲୋଚନା କରିବା ସହିତ ଭୁବନେଶ୍ବରରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ଲାଗି ଆମନ୍ତ୍ରଣ କରିଛନ୍ତି।

ସମ୍ବନ୍ଧିତ ଖବର