ଚିଡିଆଖାନାରେ କରୋନା ଚିନ୍ତା, ବିଶୋଧନ ହେଲା ଆଇଜି ପାର୍କ ଚିଡ଼ିଆଖାନା

ସିଞ୍ଚନ ହେଉଛି ଭିରକନ ଏସ ଆଣ୍ଟି ଭାଇରସ ମେଡିସିନ

ରାଉରକେଲା : ବିଦେଶରେ ବାଘ, କୁକୁର ଶରୀରରେ କୋଭିଡ -19 ଭୁତାଣୁ ସଂକ୍ରମଣ ପାଇବା ପରେ ଦେଶର ସମସ୍ତ ଚିଡିଆଖାନାରେ ରହୁଥିବା ପଶୁପକ୍ଷୀଙ୍କ ଉପରେ କଡା ନଜର ରଖିବାକୁ ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ନିର୍ଦେଶନାମା ଜାରି କରିଛିନ୍ତି l ଏହି ପରିପ୍ରେକ୍ଷୀରେ ଇନ୍ଦିରା ଗାନ୍ଧୀ (ଆଇଜି ) ପାର୍କ ଚିଡ଼ିଆଖାନାରେ ରହୁଥିବା ପଶୁ ପକ୍ଷୀ ଯେପରି କୋଭିଡ 19 ଭୂତାଣୁରେ ସଂକ୍ରମଣ ନ ହୁଅନ୍ତି ସେଥିପାଇଁ ଆରଏସପି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି l

ଉଦ୍ୟାନ କୃଷି ବିଭାଗର ଉପ ମହାପ୍ରବନ୍ଧକ ଡାକ୍ତର ଅଭିଜିତ ବିଶ୍ୱାସଙ୍କ ନେତୃତ୍ୱରେ ଗଠିତ ଟିମ ଚିଡ଼ିଆଖାନା ପରିସର ସମେତ ଅନ୍ୟାନ୍ୟ ଅଂଚଳକୁ ବିଶୋଧନ କରୁଛନ୍ତି l ଚିଡ଼ିଆଖାନାର କର୍ମଚାରୀମାନେ ଭିରକନ ଏସ ନାମକ ଆଣ୍ଟି ଭାଇରସ ମେଡ଼ିସିନ ସିଞ୍ଚନ କରୁଛନ୍ତି l ଏଥିସହ ପରିସ୍କାର ପରିଚ୍ଛନ୍ନକୁ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଶ୍ୱାସ l

ସେ କହିଛନ୍ତି ପ୍ରତିଦିନ ବିଶୋଧନ କରାଯିବା ସହ ପଶୁ ପକ୍ଷୀଙ୍କ ଗତିବିଧି ଉପରେ କର୍ମଚାରୀ ମାନେ କଡା ନଜର ରଖିଛନ୍ତି l ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆର ମାର୍ଗଦର୍ଶିକାକୁ କଡାକଡ଼ି ପାଳନ କରାଯାଉଛି l

ସମ୍ବନ୍ଧିତ ଖବର