କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଜି ଯତୀନ୍ଦ୍ର କୋଏଲ: ସଶସ୍ତ୍ର ସୀମା ବଳରେ ଯୋଗଦେବେ

ବିଜୟ ଶର୍ମାଙ୍କ ଅବସରକୁ ସରକାରଙ୍କ ଅନୁମତି

ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨୦୦୦ ବ୍ୟାଚର ଆଇପିଏସ୍ ଅଫିସର ଯତୀନ୍ଦ୍ର କୋଏଲ। ଏବେ ସେ ଆଇଜି (ପ୍ରୋଭିଜନିଂ) ଅଛନ୍ତି। ଡେପୁଟେସନରେ ଯିବା ଲାଗି ସରକାର ଅନୁମତି ଦେଇଛନ୍ତି। ସେ କେନ୍ଦ୍ରରେ ସଶସ୍ତ୍ର ସୀମା ବଳ(ଏସଏସବି) ଆଇଜି ଭାବେ ନିଯୁକ୍ତ ହେବେ। ଦାୟିତ୍ବ ନେବା ଦିନ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ତାଙ୍କର ଡେପୁଟେସନ ଅବଧି ରହିବ ବୋଲି ଜଣାପଡ଼ିଛି। ସେହିପରି ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ଆସନ୍ତା ଅକ୍ଟୋବର ୩୧ରେ ଅବସର ନେବେ। ଏଥି ଲାଗି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀ ଶର୍ମା ଏବେ ମୁଦ୍ରଣ ଓ ପ୍ରକାଶନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର