ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅପରାହ୍ଣରେ ଆଇଜିଏଚ୍ର ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ କହିଛନ୍ତି ଯେ, ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରି ମୁଁ ଗର୍ବିତ । ଏହି ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବ । ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’ । ମୁଁ ଆଜି ଆପଣଙ୍କ ଗାଁକୁ ଆସିଛି ହସ୍ପିଟାଲ ଉଦଘାଟନ ପାଇଁ ବୋଲି ସେ କହିଛନ୍ତି ।
/sambad/media/post_attachments/wp-content/uploads/2021/03/c23dd7ec-29cf-470e-b21c-c02e0dd1b4b5-1024x683.jpg)
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ୬ ବର୍ଷ ପୂର୍ବରୁ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ମାତ୍ର ୨ ବର୍ଷ ମଧ୍ୟରେ ହସ୍ପିଟାଲ କାମ ଶେଷ ହୋଇଛି । ଏଥିପାଇଁ ମୋଟ ୨ଶହ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲର ସୁବିଧା କେବଳ ରାଉରକେଲାବାସୀ ନୁହେଁ। ବରଂ ଓଡିଶା ସହ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡର ଲୋକେ ବି ଉପକୃତ ହେବ ।
/sambad/media/post_attachments/wp-content/uploads/2021/03/da3298e8-b012-43ac-912e-e698248c9cd2-1-1024x682.jpg)
ହସ୍ପିଟାଲର ଲୋକାର୍ପଣ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ, ଓଡିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି । ଓଡିଶାର ଖେଳାଳିମାନେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଓଡିଶା ପ୍ରଥମ ରାଜ୍ୟ ଭାବେ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କରୋନା ବିରୋଧୀ ଲଢେଇ କଥା ମଧ୍ୟ ମନେ ପକାଇଛନ୍ତି । କରୋନା ମୁକାବିଲା ପାଇଁ ଭାରତ ସରକାର କମ ଦାମରେ ପଡୋଶୀ ଦେଶକୁ ଟିକା ଯୋଗାଇଛନ୍ତି ।