ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ)ରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି। ଏବେ ନାମଲେଖା ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେଣୁ ଛାତ୍ରଛାତ୍ରୀ ଏହାର ସୁଫଳ ଉଠାଇବାକୁ ଇଗ୍ନୋ ଆଞ୍ଚଳିକ ନିର୍ଦେଶକ ଏସ୍‌ କେ ତ୍ରିପାଠୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଅଧାରୁ ପାଠ ଛାଡ଼ିଥିବା କିମ୍ବା କୌଣସି କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଇଗ୍ନୋରେ ୨୦୦ରୁ ଅଧିକ ବିଭାଗରେ ନାମଲେଖା ଚାଲିଛି। ୟୁଜି ଓ ପିଜି ଡିପ୍ଲୋମା କାର୍ଯ୍ୟକ୍ରମରେ ନାମଲେଖା ଦେୟ ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋ ୱେବସାଇଟ୍‌ www.ignou.sc.in ଓ https//ignouadmission.samarth.edu.in/ ଫଲୋ କରିବାକୁ କୁହାଯାଇଛି।

Advertisment

ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇଁ କଲେଜକୁ ପୁଣିଥ‌ରେ ସୁ‌ଯୋଗ
ଭୁବନେଶ୍ବର : ଯୁକ୍ତ୨ରେ ସିଟ୍‌ ବୃଦ୍ଧି କରିବାକୁ ଆଗ୍ରହୀ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଆଉ ଥରେ ସୁଯୋଗ ଦିଆଯାଇଛି। କଲେଜଗୁଡ଼ିକ ଜୁଲାଇ ୨୭ ପୂର୍ବାହ୍ନ ୧୦ଟା ୩୦ରୁ ୨୮ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସାମ୍‌ସ ପୋର୍ଟଲାରେ ଆବେଦନ କରିପାରିବେ। ଅଗଷ୍ଟ ପ୍ରଥମ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି (ହାଇ ପାୱାର କମିଟି)ର ବୈଠକରେ ସିଟ୍‌ ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।