ଭୁବନେଶ୍ୱର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ର ଅନ୍ତିମ ବର୍ଷ ତଥା ଶେଷ ସେମିଷ୍ଟର ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ରାଜ୍ୟର ୩୦ଟି କେନ୍ଦ୍ର ଓ ୩ ଜେଲ୍ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ରେ ହେବାକୁ ଥିବା ଏହି ପରୀକ୍ଷା କୋଭିଡ୍-୧୯ ଯୋଗୁଁ ହୋଇପାରି ନଥିଲା। ଇଗ୍ନୋ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷା ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ। ମୋଟ ୩୩ କେନ୍ଦ୍ରରେ ଛାତ୍ରଛାତ୍ରୀ ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି), ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମ ପାଇଁ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ହଲ୍ ଟିକେଟ୍ ଇଗ୍ନୋ ୱେବସାଇଟ୍ www.ignou.ac.in ରେ ଲଗ୍ଇନ୍ କରି ପାଇପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କର ହଲ ଟିକେଟ ନାହିଁ କିନ୍ତୁ ତାଙ୍କ ନାମ ସେହି ପରୀକ୍ଷା କେନ୍ଦ୍ର ତାଲିକାରେ ରହିଛି ସେମାନେ ପରୀକ୍ଷା ଦେଇପାରିବେ। କୋଭିଡ୍ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ ବୋଲି ଇଗନୋ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ଇଗନୋ ଶେଷ ସେମିଷ୍ଟର ପରୀକ୍ଷା ଆଜିଠୁ
/sambad/media/post_attachments/wp-content/uploads/2020/09/ignou.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)