ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ପକ୍ଷରୁ ପ୍ରାଥମିକ ଚିକିତ୍ସା, ଆଦିବାସୀ ଶିକ୍ଷା ଓ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ବିଷୟରେ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ୨୦୧୮ ଜୁଲାଇଠାରୁ ଆରମ୍ଭ ହେବାକୁ ଥିବା ଶିକ୍ଷାବର୍ଷରୁ ଉପରୋକ୍ତ ପାଠ୍ୟକ୍ରମଗୁଡ଼ିକରେ ଆଗ୍ରହୀ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ଇଗ୍ନୋ କର୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପ୍ରକାର ସାର୍ଟିଫିକେଟ, ସ୍ନାତକ ଓ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଓ ପୁନଃ ନାମଲେଖା ଫି’ ଛାଡ଼ ପାଇଁ ଘୋଷଣା ହୋଇଛି। ଯେଉଁ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀ ଅନ୍ୟ ସଂସ୍ଥାଗୁଡ଼ିକଠାରୁ କୌଣସି ପ୍ରକାରର ଦେୟ ଛାଡ଼ ବୃତ୍ତି ପାଉଛନ୍ତି ସେମାନେ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବେ ନାହିଁ। ନୂଆ କରି ପ୍ରଚଳିତ ହୋଇଥିବା ସାର୍ଟିଫିକେଟ ପାଠ୍ୟକ୍ରମ ଓ ଅନ୍ୟ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଭୁବନେଶ୍ୱରସ୍ଥିତ ଇଗ୍ନୋର ଆଞ୍ଚଳିକ କେନ୍ଦ୍ରରେ ଯୋଗାଯୋଗ କରିପାରିବେ। ନ ହେଲେ େଓ୍ଵବସାଇଟ୍ ଦେଖିପାରିବେ। ସାର୍ଟିଫିକେଟ, ଡିପ୍ଲୋମା ଓ ପିଜି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦ ରଖାଯାଇଛି। ଉପସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୧୫ ରହିଛି।