ବରଗଡ଼: ଭାରତୀୟ ହସ୍ତତନ୍ତ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଏଚ୍ଟି) ବରଗଡ଼ର ଛାତ୍ରଛାତ୍ରୀ ବାରଣାସୀଠାରେ ଅନୁଷ୍ଠିତ ସର୍ବଭାରତୀୟ ହାନ୍ଟେକ୍ସ ଫେଷ୍ଟରେ ଭାଗନେଇ କୃତିତ୍ବ ଅର୍ଜନ କରିଛନ୍ତି। ସନ୍ଦର୍ଭ ଉପସ୍ଥାପନା ଓ ଫ୍ୟାସନ ସୋ'ରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତତନ୍ତ କପଡ଼ାର ବଳକା ଅଂଶକୁ ବିଭିନ୍ନ ସିଲାଇ ଦୋକାନରୁ ସଂଗ୍ରହ କରି ତାକୁ ଯୋଡ଼ା ଯାଇ ଆଧୁନିକ ଓ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ଦର୍ଶକ ଓ ବିଚାରକଙ୍କୁ ଆକର୍ଷିତ କରିଥିଲା।
ଜାହ୍ନବି ବାହାକର, ସ୍ତୁତିପ୍ରିୟା ବେହେରା, ମଧୁଛନ୍ଦା ପଟ୍ଟନାୟକ, ପୂର୍ବା ଦେୱାଙ୍ଗନ, ଅନୁସୟା ସାହୁ, ସୁଲଗ୍ନା ସାହୁ, ଲାବନ୍ୟ ପାଉନିକର, ସ୍ମୃତିରୂପା ପ୍ରିୟଦର୍ଶିନୀ, ବିନ୍ଧ୍ୟବାସିନୀ ଦେହେରୀ, ଭାଶ୍ବତୀ ଦାଶ, ଶର୍ମିଷ୍ଠା ରଥ, ଜୟ ସନନ୍, ଅଜୟ ସୋନ୍ଦ୍ରିକର, ପ୍ରତୀକ ପୌନିକର, ଶୁଭମ୍ କୁମ୍ଭାରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଇଆଇଏଚ୍ଟି ବରଗଡ଼ର ନିର୍ଦ୍ଦେଶକ ଏମ୍. ଆନନ୍ଦନ୍, ଅରବିନ୍ଦ କୁମାର, ରାଜେନ୍ଦ୍ର ସିକନ୍ଦର, ସ୍ନିଗ୍ଧା ମିଶ୍ର, ଦୀପକ ସରାଫ, ଦିଲୀପ ଦାସ, ସିଦ୍ଧେଶ୍ୱର ଦେହେରୀ, ଚିନ୍ତାମଣି ପ୍ରଧାନ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/9-21.jpg)