ସଙ୍କଟ ଆଡକୁ ମୁହାଉଁଛି କଟକ-ଭୁବନେଶ୍ୱର, ଆଇଆଇଟି ଗବେଷଣା ବଢ଼ାଇଲା ଚିନ୍ତା

ଭୁବନେଶ୍ଵର: ବଢ଼ିବାରେ ଲାଗିଛି କଟକ ଓ ଭୁବନେଶ୍ୱରର ତାପମାତ୍ରା । ଏ ନେଇ ସତର୍କ ଘଣ୍ଟି ବଜାଇଛି ଭୁବନେଶ୍ୱର ଆଇଆଇଟି । କଟକ, ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦଶବର୍ଷରେ ଶୁନ ଦଶମିକ ପାଞ୍ଚ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିଯାଇଛି । ଫଳରେ ଏକ ସଂକଟଜନକ ସ୍ଥିତି ଆଡକୁ ମୁହାଁଉଛି ଟ୍ୱିନ ସିଟି । ଭୁବନେଶ୍ୱର ଆଇଆଇଟିର ଗବେଷଣା ଅନୁସାରେ, ଭାରତର ଦ୍ରୁତ ଗତିରେ ତାପମାତ୍ରା ବୃଦ୍ଧି ପାଉଥିବା ଦ୍ୱିତୀୟ ସହର ହେଉଛି ଭୁବନେଶ୍ୱର । ଟୁଇନ ସିଟି କଟକ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଦଶବର୍ଷରେ ଶୁନ ଦଶମିକ ପାଞ୍ଚ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବାକୁ ଲୋକମାନେ ଗୁରୁତର ସହିତ ନ ନେଇପାରନ୍ତି । କିନ୍ତୁ ଏହା ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ବହୁତ ଅଧିକ ।

ଭୁବନେଶ୍ୱର ଆଇଆଇଟିର ସର୍ଭେ ଅନୁଯାୟୀ ୨୦୦୧ରୁ ୨୦୧୦ ମଧ୍ୟରେ କଟକ ଓ ଭୁବନେଶ୍ୱର ସିଟିର ତାପମାତ୍ରା ବଢିଛି ୪୦ରୁ ୫୦ ପ୍ରତିଶତ । ଭୁବନେଶ୍ୱର ଆଇଆଇଟିର ଗବେଷଣା ଅନୁସାରେ ଭୁବନେଶ୍ୱର ହେଉଛି ଭାରତର ଦ୍ୱିତୀୟ ଦ୍ରୁତ ଗତିରେ ତାପମାତ୍ରା ବୃଦ୍ଧି ପାଉଥିବା ସହର, ରିପୋର୍ଟରେ କୁହାଯାଇଛି ସହରୀକରଣ ହେଉଛି ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ।

୨୦୦୦ମସିହା ଓ ୨୦୧୪ମସିହାର ସାଟେଲାଇଟ ଦ୍ୱାରା ନିଆଯାଇଥିବା ଟୁଇନ ସିଟି କଟକ ଓ ଭୁବନେଶ୍ୱରର ଛବି ଦର୍ଶାଉଛି କି ଏହି ୧୫ବର୍ଷ ଭିତରେ ବିରାଟ ବଡ ପରିବର୍ତ୍ତନ ଘଟିଛି । ସେତେବେଳେ ଗବେଷଣାରେ ୨୦୦୦ରୁ ୨୦୧୪ ମଧ୍ୟରେ ୮୩.୧୦ ପ୍ରତିଶତ ସହରୀକରଣ ଅଧିକା ହୋଇଛି । ସେହିଭଳି ୮୯ ପ୍ରତିଶତ ଘଞ୍ଚ ଜଙ୍ଗଲ କମିଛି । ପୂର୍ବରୁ ଅନୁଗୁଳ, ଢେଙ୍କାନାଳ, ଯାଜପୁର ଅଞ୍ଚଳରେ ସହରୀକରଣ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଉଥିଲା । ଆଉ ଏବେ ଦ୍ୱେତ ନଗରୀରେ ତାପମାତ୍ରା ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ ନୁହେଁ ।

ସମ୍ବନ୍ଧିତ ଖବର