ଗୋପାଳଜୀ ୟୁନିଭର୍ସିଟି ପଛପଟେ ପଡ଼ିଛି ଅସୁସ୍ଥ ହାତୀ

ବାରଙ୍ଗ: ଡମପଡ଼ା ଅଭୟାରଣ୍ୟ ଅଞ୍ଚଳର ବାଆଁରା ଗ୍ରାମ ପାଖ ଗୋପାଳଜୀ ୟୁନିଭର୍ସିଟି ପଛପଟେ ଗୋଟାଏ ହାତୀ ମୃତପ୍ରାୟ ପଡ଼ିରହିଛି।

ଅସୁସ୍ଥ ହାତୀଟିର ବୟସ ୧୨ ବର୍ଷ ବୋଲି କୁହାଯାଉଛି।

ଘଟଣାସ୍ଥଳରେ ଡମପଡ଼ା ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି।

ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ, ସିଜେଡ୍‌ ସଦସ୍ୟ ସମ୍ପାଦକ ଏସ୍‌ପି ଯାଦବ ଏବଂ ଓୟୁଟିର ଭେଷଜ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରୁଛନ୍ତି।

ଘଟଣାସ୍ଥଳ ଦୁର୍ଗମ ପାହାଡ଼ର ମଧ୍ୟବର୍ତ୍ତୀ ଅଞ୍ଚଳ ଏବଂ ବର୍ଷା ହେଉଥିବାରୁ ହାତୀର ତତ୍ତ୍ୱ ନେବାରେ ଅସୁବିଧା ଉପୁଜୁଛି।

ନନ୍ଦନକାନନରେ ହାତୀଙ୍କୁ ସଂକ୍ରମିତ କରିଥିବା ହାର୍‌ପିଜ୍‌ ଭାଇରସ୍‌ ଡମପଡ଼ା ଅଭୟାରଣ୍ୟକୁ ବ୍ୟାପିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର