ନିରାକାରପୁର: ଟାଙ୍ଗୀ ବନଖଣ୍ଡ ସରପାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଁବାରଡ଼ା ମୌଜା ଅଞ୍ଚଳର ଚାରିବାଟିଆ ଗହୀର ବିଲର ମଲାଗୁଣୀ ନଈପଠାରେ ଗୋଟାଏ ମାଈହାତୀ ପଡ଼ି ଛଟପଟ ହେଉଥିବା ଜଣାପଡ଼ିଛି।

ଅସୁସ୍ଥ ମାଈହାତୀ ଠାରୁ ଅନତି ଦୂରରେ ଜଗି ରହିଛି ଗୋଟାଏ ଦନ୍ତାହାତୀ।

Advertisment

କେଉଁ ପରିସ୍ଥିତରେ ମାଈହାତୀଟି ଗୁରୁତର ଅସୁସ୍ଥ ହୋଇ ପଡ଼ିଛି ତାହା ଜଣାପଡ଼ିନାହିଁ। ପଠାରେ ପଡ଼ି ଛଟପଟ ହେବା ପୂର୍ବରୁ ମାଈହାତୀଟି ଆଖପାଖ ଜମିରେ ଥିବା କଖାରୁ ଏବଂ ଅନ୍ୟାନ୍ୟ ଫସଲକୁ ମାଡ଼ିମକଚି ନଷ୍ଟ କରିପକାଇଛି।

publive-image

ଆଜି ସକାଳେ ଚାଷୀମାନେ ସେମାନଙ୍କ ଫସଲ ଦେଖାରଖା କରିବାକୁ ଯାଇଥିବା ବେଳେ ହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କେତେକ କର୍ମଚାରୀ ଘଟଣାସ୍ଥଳକୁ ଆସୁଥିବା ଜଣାପଡ଼ିଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କିଛି ଦିନ ତଳେ ମଲାଗୁଣୀ ନଦୀପଠାରେ ଅନ୍ୟ ଗୋଟାଏ ଅସୁସ୍ଥ ହାତୀର ମୃତ୍ୟୁ ଘଟିଥିଲା। ବିଷକ୍ରିୟା କାରଣରୁ ତା’ର ମୃତ୍ୟୁ ହୋଇଥିବା କଥା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।