କଟକରେ ବେଆଇନ ମଦ ପ୍ରସ୍ତୁତି ପାଲଟିଛି କୁଟୀରଶିଳ୍ପ

୭ ବ୍ୟବସାୟୀ ଫେରାଇଲେ ଲାଇସେନ୍ସ, କୋଟିଏ ଟଙ୍କାର ରାଜସ୍ବହାନୀ ଆଶଙ୍କା

କଟକ : ସାଧାରଣ ନିର୍ବାଚନ ପୂର୍ବରୁ କଟକ ଜିଲ୍ଲାରେ ବେଆଇନ ଦେଶୀ ମଦର ବନ୍ୟା ଛୁଟିଛି। ଆଠଗଡ଼, ବାଙ୍କୀ ଓ ନରସି˚ହପୁରରେ ଦେଶୀ ମଦ କାରବାର ଏଭଳି ବଢ଼ି ଯାଇଛି ଯେ, ଚଳିତ ବର୍ଷ ପ୍ରାୟ ୭ଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଲାଇସେନ୍ସପ୍ରାପ୍ତ ମଦ ମାଲିକମାନେ ବ୍ୟବସାୟରେ କ୍ଷତି ସହିବା ସହ ଲାଇସେନ୍ସ ଫେରାଇ ଦେଇଛନ୍ତି। ଗୋଟିଏ ପଟେ ବେଆଇନ ମଦ କାରବାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ରାଜ୍ୟ ଅବକାରୀ ବିଭାଗ କଟକ ଜିଲ୍ଲାରୁ ଆଗାମୀ ଆର୍ଥିକ ବର୍ଷଠାରୁ ହାରାହାରି କୋଟିଏ ଟଙ୍କାର ଅବକାରୀ ରାଜସ୍ବ ହରାଇବାକୁ ଯାଉଛି। ଏଭଳି ସ୍ଥିତିରେ ପୁଣି ଥରେ କଟକରେ ୨୦୦୧ ଓ ୨୦୧୨ ମସିହାର ମଦ ମୃତ୍ୟୁ ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।

କଟକ ଜିଲ୍ଲା ଆଠଗଡ଼ର (କୋରଗାଁ, ବିରୁଡ଼ା, ଛେନା ଖିଆ ନୂଆଗାଁ, ସଠିଲୋ ବାସୁଦେବପୁର, ଗୁରୁଡ଼ିଝାଟିଆର ଶାନ୍ତାଣିବାଟି, ଖୁଣ୍ଟୁଣୀର ମହାଲକ୍ଷ୍ମୀପୁର), ବାଙ୍କୀର (ପୋଲାବାହାଡ଼ା, ଢେଗୁଆ), ନର‌୍‌ସି˚ହପୁର, ବଡମ୍ବା, ଚୌଦ୍ବାର (ଶାଳଗାଁ, ପଦାଗାଁ, ଶଙ୍କରପୁର, ନୂଆପାଟଣା) ଏବେ ଦେଶୀ ମଦ କାରବାର ପାଇଁ କୁଖ୍ୟାତି ଅର୍ଜିଛି। ପ୍ରାୟ ୧୦୦ ଜଣ ମଦ ମାଫିଆ ଏହି ଅଞ୍ଚଳରେ ବ୍ୟବସାୟ ଚଳାଇଥିବା ବେଳେ କେବଳ କୋରଗାଁ ଏବ˚ ବିରୁଡ଼ିରେ ୪୦ ଜଣ ବ୍ୟବସାୟୀ ସକ୍ରିୟ ଅଛନ୍ତି। ପ୍ରତ୍ୟେକ ଦିନ ହାରାହାରି ୨୦ ହଜାର ଲିଟର‌୍‌ ମଦ ତିଆରି କରାଯାଉଛି। କଞ୍ଚାମାଲ୍‌ ଭାବେ ଗୁଡ଼ ନୟାଗଡ଼ ଓ ମହୁଲ ଢେଙ୍କାନାଳ ଜିଲ୍ଲାରୁ ଆମଦାନୀ କରାଯାଉଛି। ମଦ ବିଳମ୍ବିତ ରାତିରେ କଟକ ସହର ସମେତ ନର‌୍‌ସି˚ହପୁର, ବଡମ୍ବା, ବାଙ୍କୀ, ଖୋର୍ଧାର ଦାଢ଼ାପାଟଣା ଓ ଦାରୁଠେଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ମାତ୍ରାରେ ଚାଲାଣ କରାଯାଉଛି। ଲିଟର‌୍‌ ପିଛା ମାତ୍ର ୧୦୦ ଟଙ୍କାରେ ମାଫିଆମାନେ ମଦ ବିକ୍ରି କରୁଥିବା କୁହାଯାଉଛି। ଜିଲ୍ଲାରେ ଆଠଗଡ଼ର ଘଣ୍ଟିଖାଲ, ନର‌୍‌ସି˚ହପୁର, ବାଙ୍କୀ, ମାଛୁଆବଜାର ଓ କାଠଗଡ଼ା ସାହିରେ ପ୍ରାୟ ୭ଟି ସରକାରୀ ଲାଇସେନ୍ସପ୍ରାପ୍ତ ମଦ କାଉଣ୍ଟ ଚଳିତ ଆର୍ଥିକ ବର୍ଷଠାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆଖପାଖ ଅଞ୍ଚଳରେ ଦେଶୀ ମଦ କାରବାର ଏଭଳି ଢ˚ଗରେ ବୃଦ୍ଧି ପାଇଛି ଯେ, ମଦ ବ୍ୟବସାୟୀ ନିଜ ଲାଇସେନ୍ସ ଫେରସ୍ତ କରିଦେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗ୍ରାମାଞ୍ଚଳରେ ବେଆଇନ ମଦ କାରବାର ବଢ଼ିଥିବା ଉପରୋକ୍ତ ବ୍ଲକରେ ମଦ କାରବାର ବନ୍ଦ ନହେଲେ ଆହୁରି ସରକାରୀ ଲାଇସେନ୍ସପ୍ରାପ୍ତ ମଦ କାଉଣ୍ଟର ବନ୍ଦ ହେବାର ଆଶଙ୍କା କରାଯାଉଛି। ଜିଲ୍ଲାରେ ଅବକାରୀ ବିଭାଗର ନିୟମିତ ପାଟ୍ରୋଲି˚ କରାଯାଉନଥିବା ବେଳେ ଗ୍ରାମାଞ୍ଚଳରେ ମାଫିଆଙ୍କର ଭିତିରି କାରବାର ଏଭଳି ବେଆଇନ କାରବାରକୁ ପ୍ରୋତ୍ସାହନ ଦେଉଥିବା କୁହାଯାଉଛି। ଚଳିତ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ପରଠାରୁ ଅବକାରୀ ବିଭାଗ ଭିଡିଓ କନ୍‌ଫରେନ୍‌ସି˚ ମାଧ୍ୟମରେ ମୁଖ୍ୟତଃ କଟକ ଜିଲ୍ଲାରେ ଚାଲିଥିବା ବେଆଇନ କାରବାରକୁ ବନ୍ଦ କରିବାକୁ ତାଗିଦ କଲା ପରେ ଏବେ ବିଭାଗ ପକ୍ଷରୁ କିଛିଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜିଲ୍ଲାରେ ଇତିମଧ୍ୟରେ ୧୮ ଲକ୍ଷ ୮୧ ହଜାର ଟଙ୍କାର ବେଆଇନ ମଦ ଜବତ କରାଯାଇଛି। ଏଭଳି ବେଆଇନ କାରବାରରେ ସମ୍ପୃକ୍ତ ମୋଟ ୫୦୮ ମଦ ମାଫିଆଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର