ବିପଦକୁ ଠେଲିଦେଇ ଚୁପ୍ : ବେଆଇନ ଭାବେ ଚାଲିଛି ଶହ ଶହ ଡଙ୍ଗା, ବୋଟ୍‌, ସମସ୍ତେ ଜାଣି ବି ଲୋକଙ୍କ ଜୀବନ ସହ ଖେଳୁଛନ୍ତି

ଭୁବନେଶ୍ବର : ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ େଵବ୍‌ସାଇଟ୍ କହୁଛି, ବିଭିନ୍ନ ଜିଲ୍ଲାରେ ପାଖାପାଖି ୭୫୧ଟି ଘାଟ ରହିଛି। ଏହି ଘାଟ ଦେଇ ୧୦୩୪ଟି ଯାତ୍ରୀବାହୀ ଡଙ୍ଗା ବା େବାଟ୍ ଚଳାଚଳ କରନ୍ତି। େବସରକାରୀ ତଥ୍ୟ ଅନୁସାରେ, ଏମାନଙ୍କ ସଂଖ୍ୟା ପାଖାପାଖି ୨୫ଶହରୁ ଅଧିକ େହବ। ଏସବୁ ଡଙ୍ଗା ବା େବାଟ୍ ଉପରେ ୧୦ହଜାରରୁ ଅଧିକ େଲାକ ନିର୍ଭର କରନ୍ତି। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏ ମଧ୍ୟରୁ ୬୦%ରୁ ଅଧିକ ଡଙ୍ଗା ବା ବୋଟ୍‌ର ଲାଇସେନ୍‌ସ ନାହିଁ। ଅଧାରୁୁ ଅଧିକ ବୋଟ୍‌ ଯେତିକି ଯାତ୍ରୀ ପରିବହନ ପାଇଁ ଅନୁମତି ପାଇଛନ୍ତି, ତା’ ଠାରୁ ଢେର‌୍‌ ଅଧିକ ଯାତ୍ରୀକୁ ନେଇ ଯାତାୟତ କରୁଛନ୍ତି। ସେତିକି ଲାଇଫ୍‌ ଜ୍ୟାକେଟ୍‌ ରଖିନାହାନ୍ତି। ଅଗ୍ନିକାଣ୍ତ ନିର୍ବାପକ ଯନ୍ତ୍ର ନାହିଁ କି ବୀମା ବି କରିନାହାନ୍ତି।

ଆଜି ମାଲକାନଗିରି ସୀମାନ୍ତ ଦେବୀ ପଟ୍ଟନମ୍ ପୂର୍ବ ଗୋଦାବରୀରେ ଏକ ଭୟଙ୍କର ନୌକା ଦୁର୍ଘଟଣା ଘଟିଛି। ଏପଟେ ମାଲକାନିଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ତିନି ଜଣ ନିେଖାଜ ଅଛନ୍ତି। କିଛି ଘଣ୍ଟା ଅନ୍ତରରେ ଘଟିଥିବା ଏହି ଦୁଇଟି ଘଟଣା ସମଗ୍ର ରାଜ୍ୟରେ ଆେଲାଡନ ସୃଷ୍ଟି କରିଛି। ଏଥିସହିତ ରାଜ୍ୟରେ ନୌ-ଯାତ୍ରା ବ୍ୟବସ୍ଥାରେ ଥିବା ଏଭଳି ଘଳିଆ ଓ ବିକଳ ଚିତ୍ର ସାମ୍ନାକୁ ଆଣିଛି।

ସେ ବ୍ରାହ୍ମଣୀ େହଉ କି ହୀରାକୁଦ ଅଥବା ଚିଲିକା, ଗତ ଦଶନ୍ଧିରେ େହାଇଥିବା ସବୁ ନୌକା ଦୁର୍ଘଟଣା େକ୍ଷତ୍ରରେ କିଛି ଦିନ ପର୍ଯ୍ୟନ୍ତ ସରକାର ତନାଘନା କରୁଛନ୍ତି। ଆଉ ତା’ ପରେ ପରିସ୍ଥିତି େଯମିତିକୁ ସେମିତି। ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିୟମରେ େଯଉଁ ପରିବର୍ତନ ଆଣିଛନ୍ତି, ତାହା ବି ପର୍ଯ୍ୟାପ୍ତ ନୁହେଁ। େଖାଲାେଖାଲି ଏହାର ଉଲ୍ଲଂଘନ ଚାଲିଛି, େଖାଦ୍ ଡଙ୍ଗା ଚାଳକ ଏଯାଏ ଏ ପରିବର୍ତିତ ନିୟମ ସଂପର୍କରେ ଅଜ୍ଞ।

ଏଥିରେ ଏଇଥିପାଇଁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଡଙ୍ଗା ବା େବାଟ୍ ରେଜିେଷ୍ଟ୍ରସନ କରିବା ପାଇଁ ସରକାରୀ ବ୍ୟବସ୍ଥାଟି ବି ସେମିତି। ରାଜ୍ୟ ସରକାର ପ୍ରାୟ ସବୁ ଜିଲ୍ଲାରେ ଘାଟ ନିଲାମ ଦେଉଛନ୍ତି। ଅଥଚ ବ୍ୟବସ୍ଥା କରାଯାଇଛି, ବଲାଙ୍ଗୀର ଜିଲ୍ଲାର ଡଙ୍ଗା ଚାଳକଟି ଭଦ୍ରକ ଚାନ୍ଦବାଲି ଆସି ରେଜିଷ୍ଟ୍ରେସନ କରିବ। ସୋନପୁର, କଟକ, ଜଗତସିଂହପୁର, େଢଙ୍କାନାଳ, ଅନୁଗୁଳ, କଳାହାଣ୍ଡି, ନୂଆପଡା, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଯାଜପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, େକନ୍ଦୁଝର, ବରଗଡ, ଦେବଗଡ, େକନ୍ଦ୍ରାପଡା ଜିଲ୍ଲାର ଡଙ୍ଗା ଚାଳକ ବି ସେହିଠାରେ ଯାଇ ପଞ୍ଜୀକରଣ କରିବେ। ରାଜ୍ୟର ବାକି ଜିଲ୍ଲା ଅର୍ଥାତ୍ ଗଞ୍ଜାମ, ପୁରୀ, ନୟାଗଡ, ଗଜପତି, ବୌଦ୍ଧ, େକାରାପୁଟ, ନବରଙ୍ଗପୁର, ମାଲକାନଗିରି, େଖାର୍ଧା, କନ୍ଧମାଳ, ରାୟଗଡ଼ାର ଡଙ୍ଗା ଚାଳକ େଖାର୍ଧା ଜିଲ୍ଲାର ବାଲୁଗାଁରେ ପଞ୍ଜୀକରଣ କରିବେ।

ଆହୁରି ଆଶ୍ଚର୍ଯ୍ୟ କଥା ହେଲା, ବିନା ପ୍ରଶିକ୍ଷଣରେ ରାଜ୍ୟରେ ଶହ ଶହ ବୋଟ୍‌ ଚାଳକ ଫି ଦିନ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିଲେ ହେଁ, ସରକାର ଏ ଦିଗଟିକୁ ଆଦୌ ଦୃଷ୍ଟି ଦେଉନାହାନ୍ତି। ରାଜ୍ୟରେ ବୋଟ୍‌ ବା ଡଙ୍ଗା ଚାଳକଙ୍କ ପାଇଁ ଭଦ୍ରକ ଚାନ୍ଦବାଲିରେ ଗୋଟିଏ ମାତ୍ର ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି। ଏଠାରେ ମାତ୍ର ୩୦ଟି ସିଟ୍‌ ରହିଛି, ଯେଉଁଠାରେ ଦଶମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଇଥାଏ। ତଥ୍ୟ କହୁଛି, ଓଡ଼ିଶାରେ ଯେତେ ଡଙ୍ଗା ବା ବୋଟ୍‌ ରହିଛି, ସେଥିରୁ ୯୦% ରୁ ଅଧିକ ପାରମ୍ପରିକ ଭିତ୍ତିରେ ବା ପୁରୁଷାନୁକ୍ରମେ ଚଳାଉଛନ୍ତି।

ନିୟମରେ କିନ୍ତୁ ଏକଥା ସ୍ପଷ୍ଟ କରାଯାଇଛି େଯ ପ୍ରଶିକ୍ଷଣ ପ୍ରାପ୍ତ ଚାଳକଙ୍କୁ କେବଳ ଲାଇସେନ୍‌ସ ଦିଆଯିବ। ଅର୍ଥାତ୍ ଓଡ଼ିଶାରେ ବାବୁମାନେ ଏହି ନିୟମକୁ କଡ଼଼ାକ଼଼ଡ଼ି ଭାବେ ଅନୁସୃତ କରିବା ତ ଦୂରର କଥା ଓଲଟା ଲାଇସେନ୍ସ ଦେବାବେଳେ ଏହାର ଖୋଲା ଉଲ୍ଲ˚ଘନ କରୁଛନ୍ତି।

ଓଡ଼ିଶା ବୋଟ୍‌ ରୁଲ୍‌ସ, ୨୦୦୪କୁ ନା ଡଙ୍ଗା ବା ବୋଟ୍‌ ଚାଳକ ମାନୁଛନ୍ତି ନା ରାଜ୍ୟ ସରକାରଙ୍କ ଅଧିକାରୀ। ଡଙ୍ଗା ଦୁର୍ଘଟଣାର ଏହା ସବୁଠାରୁ ବଡ଼ କାରଣ ବୋଲି ପୁଲିସ ବି ମାନୁଛି। ୨୦୧୯ ଅଗଷ୍ଟ ୫ ତାରିଖରେ ସରକାର ନିୟମ ସେଂଶାଧନ କରି କିଛିଟା ପରିବର୍ତନ ଆଣିଛନ୍ତି। ଏଥିରେ େମାଟରାଇଜ୍ଡ ଵାଟର େସ୍ପାର୍ଟସକୁ ସାମିଲ କରାଯାଇଛି। ବଡ଼ ବଡ଼ ଅକ୍ଷରରେ ଡଙ୍ଗାର ଉଭୟ ପାର୍ଶ୍ବରେ ରେଜିଷ୍ଟେସନ ନମ୍ବର ଚାଳକ ଲେଖିବେ। ସମସ୍ତଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ। ଡଙ୍ଗା ମାଲିକ ବୀମା କରିବେ। ଯଦି ଦୁର୍ଘଟଣାରେ ପ୍ରାଣହାନି ହୁଏ, ତେବେ ୫୦ ହଜାର ଓ ଅକ୍ଷମଙ୍କ ପାଇଁ ୨୫ହଜାର ଟଙ୍କା। ଆଜିର ଘଟଣା ପ୍ରମାଣ କରିଛି େଯ ଚିତ୍ରକୋଣ୍ଡା ଦୁର୍ଘଟଣାରେ ଲାଇଫ୍ ଜ୍ୟାକେଟ ନଥିଲା। ଅନ୍ୟଥା ନିେଖାଜ ସ୍ଥିତି ଉପୁଜିନଥାନ୍ତା।

ସରକାର ବ୍ୟବସ୍ଥା କରିଛନ୍ତି, ଜିଲ୍ଲା ପ୍ରଶାସନ ଜଣେ ସିଭିଲ୍ ଇଞ୍ଜିନିୟର ବା େମକାନିକାଲ ଇଞ୍ଜିନିୟରଙ୍କୁ ଦାୟିତ୍ବ ଦେବେ, ଯିଏ ସର୍ଭେ କରିବେ। କେଉଁ ପ୍ରକାର େବାଟ୍ ବା ଡଙ୍ଗା ଚାଲୁଛି? ଏହା କେଉଁ ଶ୍ରେଣୀ ଭୁକ୍ତ? ସଂପୃକ୍ତ ଡଙ୍ଗାର ବୀମା କରାଯାଇଛି କି ନାହିଁ? ଡଙ୍ଗାର ବାସ୍ତବିକ ସ୍ଥିତି କେମିତି ଅଛି? ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ଅଛି କି ନାହିଁ? ହେଲେ ଜିଲ୍ଲାପାଳ କାହାକୁ ଦାୟିତ୍ବ େଦଇଛନ୍ତି କେଜାଣି, ଆଇନ୍‌କାନୁନକୁ ଫାଙ୍କୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଲାଇସେନସ ଦେବା ଓ ନବୀକରଣ େକ୍ଷତ୍ରରେ ମଧ୍ୟ ଏମାନଙ୍କ ଭୂମିକା ରହିଛି।

ତଳସ୍ତରରେ ଥିବା ଉଦାସୀନତା, ଉପର ପର୍ଯ୍ୟନ୍ତ ଲମ୍ବିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କିମ୍ବା ମୁଖ୍ୟଶାସନ ସଚିବ ଏ େନଇ ତନାଘନା କରୁନାହାନ୍ତି। ବରଂ ନୌକା ଦୁର୍ଘଟଣା ଘଟିଲେ, ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ୪ଲକ୍ଷ ଟଙ୍କା ଅନୁଦାନ େଘାଷଣା କରିଦେବା ପରେ ସରକାରଙ୍କ ଦାୟିତ୍ବ େଯମିତି ସରିଯାଉଛି।

ପରିଣାମ ହେଲା, ରାଜ୍ୟରେ ନୌ-ଯାତ୍ରା ବ୍ୟବସ୍ଥାଟି ଦିନକୁ ଦିନ ବିପଜ୍ଜନକ ସ୍ଥିତି ଆଡକୁ ମୁହାଁଇଲାଣି। ବ୍ୟବସ୍ଥାରେ ଥିବା ମାଳମାଳ ତ୍ରୁଟି ଓ ସରକାରଙ୍କ ଖିଆଲିପଣର ଭରପୁର ଫାଇଦା ବୋଟ୍‌ ବା ଡଙ୍ଗା ଚାଳକ ଉଠାଉଛନ୍ତି। ଅସାଧୁ ବାବୁ ବି।

ସମ୍ବନ୍ଧିତ ଖବର