ହାଇକୋର୍ଟଙ୍କ ନିର୍ଦ୍ଦେଶ: ଭଙ୍ଗାଯିବ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗିଥିବା କୋଠା

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗିଥିବା କୋଠାଗୁଡ଼ିକ ଭଙ୍ଗାଯିବ। ଏଠାରୁ ଜବରଦଖଲ ଉଚ୍ଛେଦ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଅଗଷ୍ଟ ୧୯ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ୭ରୁ ଅଧିକ କୋଠା ଭଙ୍ଗାଯିବ। ତେବେ ଶ୍ରୀମନ୍ଦିର ସହିତ ଜଡ଼ିତ ଥିବା କିଛି ମଠକୁ ବାଦ୍‌ ଦିଆଯିବ।

ସୂଚନାଯୋଗ୍ୟ ଶ୍ରୀକ୍ଷେତ୍ର ପୁରୀରେ ସର୍ବସାଧାରଣ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ମୁଷ୍ଟିମେୟ ଲୋକ ଘରଦ୍ୱାର ନିର୍ମାଣ କରିଛନ୍ତି। କିଛି ମାମଲା ଉପରେ ପ୍ରଶାସନର ନଜର ପଡୁଥିବା ବେଳେ ଅନେକଗୁଡ଼ିଏ ପ୍ରଶାସନର ନଜରକୁ ଆସିପାରୁ ନାହିଁ।

ସମ୍ବନ୍ଧିତ ଖବର