ଖୋର୍ଧା :ଗତକାଲି ମଧ୍ୟ ରାତ୍ରିରେ ବେଆଇନ ଭାୂବେ ଗୋରୁ ଚାଲାଣ କରୁଥିବା ଏକ ଗାଡ଼ିକୁ ବଜରଙ୍ଗୀ ଦଳର କର୍ମର୍ୀମାନେ ଅଟକାଇ ଖୋର୍ଧର୍ା ପୁଲିସ ଜିମା ଦେଇଛନ୍ତି। ତେବେ ସେଥିରେ ଥିବା ୩୦ରୁ ଊର୍ଦ୍ଧ୍ୱ ବାଛୁରି ମରି ଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗତକାଲି ରାତିରେ ବେଆଇନ ଭାବେ କଟକ ନିଆଳି ଅଞ୍ଚଳରୁ ହାଇଦ୍ରାବାଦକୁ ଏକ ଟ୍ରକ୍ରେ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ୱ ଗାଈ ଓ ବାଛୁରି ଚାଲାଣ ହେଉଥିବା ସୂଚନା ମିଳିଥିଲା। ଖବର ପାଇ ବଜରଙ୍ଗୀ ଦଳର କର୍ମୀମାନେ ୧୬ନଂ. ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରେ ଉକ୍ତ ଗାଡ଼ି (ଓଡିି-୦୨ଆର୍-୧୭୯୮)କୁ ଅଟକାଇବା ସହ ସ୍ଥାନୀୟ ଶିଳ୍ପାଞ୍ଚଳ ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉକ୍ତ ଗାଡ଼ିକୁ ଜବତ କରିବା ସହ ଗାଈ ଓ ବାଛୁରିଗୁଡ଼ିକୁ କଟକ ଗୋଶାଳାକୁ ପଠାଇ ଦେଇଥିବା ଫାଣ୍ଡି ଅଧିକାରୀ ସମିତା ମିଶ୍ର ସୂଚନା ଦେଇଛନ୍ତି। ତେବେ ସେଥି ମଧ୍ୟରୁ ୩୦ରୁ ଅଧିକ ବାଛୁରି ମରିଯାଇଥିବା ବେଳେ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି।
ବେଆଇନ ଗୋରୁ ଚାଲାଣ : ୩୦ରୁ ଊର୍ଦ୍ଧ୍ୱ ମୃତ ବାଛୁରି ଉଦ୍ଧାର
/sambad/media/post_attachments/wp-content/uploads/2018/08/Khordha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)