ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳ ଅନ୍ତର୍ଗତ କଉଡ଼ିଆମୁଣ୍ଡା ସିଆଲି ଗାଁ ନିକଟରୁ ବେଆଇନ ଭାବେ ଚାଲିଥିବା ଏକ କରତ କଳ ଠାବ କରାଯାଇଥିଲା। ସେଠାରୁ ଡିଜେଲ ଚାଳିତ କରତ କଳ ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଜବତ କରି ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମେସିନ ଚାଳକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁଭଟା ଗାଁର ଧବଳେଶ୍ବର ସାହୁ (୫୬ବର୍ଷ), ବିଜେପୁର ଥାନା ଡେଙ୍ଗେରା ଗାଁର ବାଳମକୁନ୍ଦ ସା (୩୮ବର୍ଷ) ଓ ଦୁତିଆ ସା (୪୦ବର୍ଷ)।

Advertisment

ବିନିକା ବନାଞ୍ଚଳ କାର୍ଯ୍ୟାଳୟ ଅଧିକାରୀ ଡମ୍ବରୁଧର ପଧାନଙ୍କ ସୂଚନା ଅନୁସାରେ, ସିଆଲି ଗାଁ ନିକଟରେ ଅସ୍ଥାୟୀ ଡିଜେଲ ଚାଳିତ କରତକଳ ଚାଲିଥିବା ଖବର ପାଇ ମଙ୍ଗଳବାର ରାତିରେ ବନ ବିଭାଗ କର୍ମଚାରୀମାନେ ଚଢ଼ଉ କରିଥିଲେ। ସେଠାରୁ ତିନିଜଣଙ୍କୁ ଗିରଫ କରାଯାଇଥିଲା। ଘଟଣାସ୍ଥଳରୁ ହଲନ ପଟା ୯୫ ଖଣ୍ଡ, ସାଇଜ ରେହେନ ଗଣ୍ଡି ୨୦ ଖଣ୍ଡ ମୋଟ ୩୨ ସିଏଫ୍‌ଟି କାଠ ଜବତ କରାଯାଇଥିଲା। ଜବତ କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ। ଜବତ ସାମଗ୍ରୀକୁ ବିନିକା ବନାଞ୍ଚଳ କାର୍ଯ୍ୟାଳୟ ଅଣାଯାଇଥିଲା। ବନାଞ୍ଚଳ କାର୍ଯ୍ୟାଳୟ କେସ୍‌ ନଂ ୧୦୭/୨୨ରେ ମାମଲା ରୁଜୁକରି ଫରେଷ୍ଟର ଦନାର୍ଦ୍ଦନ ସ୍ୱାଇଁ ତଦନ୍ତ ଜାରିରଖିଛନ୍ତି। ଚଢ଼ଉରେ ଫରେଷ୍ଟଗାର୍ଡ ବଳରାମ ନାଏକ, ରାମେଶ୍ବର ମେହେର, ଶକ୍ତିରାଜ ସିଂହ ଧରୁଆ, ପାରାସ୍କ୍ବାଡ ଧ୍ରୁବଚରଣ ଭୋଇ, କବି ଝାଙ୍କର, ବେଲାଲସେନ ବାଗ, ସୁଶାନ୍ତ ମହାକୁର, ସରୋଜ କାଲସେ, ଦୁର୍ବାଦଳ ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ।