ପଦ୍ମପୁର : ପଦ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ କେତେକ ଅସାଧୁ କର୍ମଚାରୀ ବେଆଇନ ଫତୁଆ ଜାରି କରିଛନ୍ତି। ଯେଉଁ ଆବେଦନକାରୀ ହାତଗୁଞ୍ଜା ଦେଉନାହାନ୍ତି ସେମାନଙ୍କୁ ସାର୍ଟିଫିକେଟ୍ ନେବା ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି। ଖୋଲାଖୋଲି ଭାବରେ ୨୫୦ ରୁ ୩୦୦ ଟଙ୍କା ନ ଦେଲେ ଆବେଦନକାରୀ ଜାତିଗତ, ଆୟ ଓ ଅନ୍ୟାନ୍ୟ ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି।
ଗରିବ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟ ନିୟୋଜନ ପାଇଁ ବିଭିନ୍ନ ସାର୍ଟିଫିକେଟ ଆଶାରେ ତହସିଲ ଅଫିସ୍ ଆସି କେତେକ ଅସାଧୁ କର୍ମଚାରୀଙ୍କ ଅର୍ଥଲାଳସା ବହୁତ ଜୋର ଥିବାରୁ ସେମାନେ ବଂଚିତ ହେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/padmapur-tahasil.jpg)
