ମନୁଡିହାରେ ନକଲି ବିଦେଶୀ ମଦ କାରଖାନା ଠାବ; ଅବକାରୀ ବିଭାଗ ଚଢ଼ାଉ, ଅଭିଯୁକ୍ତ ଫେରାର

ଶତାଧିକ ଲିଟର ନକଲି ମଦ ସହ ବୋତଲ ଓ ଠିପି ଜବତ

ବାଲେଶ୍ବର : ବସ୍ତା ଥାନା ମନୁଡିହା ଗ୍ରାମରେ ଏକ ନକଲି ବିଦେଶୀ ମଦ ତିଆରି କରୁଥିବା କାରଖାନା ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗର ଏକ ମିଳିତ ଟିମ୍‌ ଉକ୍ତ ମଦ କାରଖାନା ଉପରେ ଚଢ଼ାଉ କରି ଶତାଧିକ ଲିଟର ନକଲି ବିଦେଶୀ ମଦ ସହ ବେଆଇନ ହୋଇଥିବା ଅବକାରୀ ସାମଗ୍ରୀ, ଠିପି, ବୋତଲ, ଷ୍ଟିକର, ସିଲ୍‌ ଆଦି ସାମଗ୍ରୀ ଜବତ କରାଯାଇଥିଲା।

ବାଲେଶ୍ବର ଅବକାରୀ ବିଭାଗର ସଦର ରେଞ୍ଜ ଇନ୍ସପେକ୍ଟର ଗାଲୁରାମ ସୋରେନ୍‌ଙ୍କ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖବର ପାଇବା ପରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସେକ୍‌ ଆସିଫ୍‌ ଅଲ୍ଲୀଙ୍କ ନିର୍ଦେଶରେ ଏକ ୧୨ ଜଣିଆ ଟିମ୍‌ଙ୍କୁ ନେଇ ସେଠାରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଶହେଟି ନକଲି ବିଦେଶୀ ମଦବୋତଲ, ୫ଶହରୁ ଊର୍ଧ୍ବ ଖାଲି ବୋତଲ, ୧ ହଜାରରୁ ଅଧିକ ଠିପି, ୨ଶହ ଇଏଏଲ, ଗୋଟିଏ ସିଲିଂ ମେସିନ୍‌, ଗୋଟିଏ ଲେଖାଏଁ କାହାଳି, ପ୍ଲାଷ୍ଟିକ୍‌ ବାଲତି, ଚାଛଣା ଓ ଟେଷ୍ଟର ସେଠାରୁ ଜବତ କରାଯାଇଥିଲା। ଏନେଇ ଅଭିଯୁକ୍ତ ବିରୋଧରେ ୧୨୨/୨୧ରେ ଏକ ମାମଲା ରୁଜୁ କରାଯାଇଛି

ସମ୍ବନ୍ଧିତ ଖବର