ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା : ଶୁଲେଇପାଟରେ ବେଆଇନ ଖଣି କାରବାର କରୁଛି ବିସି ଡୋଗ୍ରା, ଖଣି ଅଧିକାରୀଙ୍କ ସହିତ ଅସାଧୁ ମେଣ୍ଟରେ ଚାଲିଛି କାରବାର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଶୁଲେଇପାଟ ଖଣିରେ ବେଆଇନ ଖଣି କାରବାର କରୁଛି ବିସି ଡୋଗ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଚଲେଇଛି ମନମାନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବିସି ଡୋଗ୍ରା ମୟୂରଭଞ୍ଜ ଜିଲ୍ଲାର ଖଣି ଅଧିକାରୀଙ୍କ ସହିତ ଅସାଧୁ ମେଣ୍ଟ କରି ଏପରି କାରବାର କରୁଥିବା ବାଦାମପାହାଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛି ଶୁଲେଇପାଟ ଖଣିରେ ଖନନ ଆଦି କାରବାର ନିମନ୍ତେ ଏକ୍ସକ୍ଲୁସିଭ୍ କଣ୍ଟ୍ରାକ୍ଟର ଭାବେ ଅଧିକାର ପାଇଥିବା କମ୍ପାନୀ ଓରିଶା ମାଙ୍ଗାନିଜ୍ ଏଣ୍ଡ୍ ମିନେରାଲ୍ସ ଲିମିଟେଡ୍(ଓଏମଏମଏଲ)।

ବିସି ଡୋଗ୍ରା ଏହି ଖଣିର ଲିଜ୍ ହୋଲ୍‌ଡର ହୋଇଥିଲେ ମଧ୍ୟ ୨୦୧୦ରେ ଓଏମ୍ଏମ୍ଏଲ୍ ସହିତ ଏହି ଖଣିର କାରବାର ନିମନ୍ତେ ବୁଝାମଣା କରିଥିଲା। ଶୁଲେଇପାଟରେ ଓଏମଏମଏଲ ଖଣି କାରବାର କରିବା ନେଇ ବୁଝାମଣା ହୋଇଥିଲା। ଏହା ବିନିମୟରେ ଓଏମଏମଏଲ ନିକଟରୁ ବିସି ଡୋଗ୍ରା ପ୍ରଚୁର ପରିମାଣରେ ଅର୍ଥ ମଧ୍ୟ ନେଇଛି। ମାତ୍ର କିଛି ବର୍ଷ ପରେ ପ୍ରାୟ ୨୦୧୩ରେ ବିସି ଡୋଗ୍ରା ଏହି ବୁଝାମଣାପତ୍ରକୁ ଉଂଲଘନ କରିଥିଲା। ଯାହାଫଳରେ ଓଏମଏମଏଲ କର୍ତ୍ତୃପକ୍ଷ ବାଧ୍ୟହୋଇ ବାରିପଦା ଜିଲ୍ଲା କୋର୍ଟରେ ଏହା ବିରୋଧରେ ଆଇନ୍‌ର ଆଶ୍ରୟ ନେଇଥିଲେ। ଜିଲ୍ଲା କୋର୍ଟ ଓଏମଏମଏଲ ସପକ୍ଷରେ ରାୟ ଦେଇଥିଲେ। ଏହାସହିତ ଶୁଲେଇପାଟରେ ବିସି ଡୋଗ୍ରା ଓଏମଏମଏଲକୁ ଛାଡି ଆଦୌ ଖଣି କାରବାର କରିପାରିବ ନାହିଁ ବୋଲି ସ୍ପଷ୍ଟ ନିମର୍ଦ୍ଦେଶାନାମା ଦେଇଥିଲେ। ଏହି ରାୟ ବିରୋଧରେ ବିସି ଡୋଗ୍ରା ୨୦୧୬ରେ ହାଇକୋର୍ଟରେ ଅପିଲ୍ କରିଥିଲେ। ମାତ୍ର ସେଠାରେ ମଧ୍ୟ ହାରିଥିଲେ। ହୋଇକୋର୍ଟ ଜିଲ୍ଲା କୋର୍ଟଙ୍କ ରାୟକୁ କାୟମ ରଖିବା ସହିତ ଓଏମଏମଏଲ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ମାମଲାକୁ ନେଇ ବିସି ଡୋଗ୍ରା ୨୦୧୮ରେ ସୁପ୍ରିମକୋର୍ଟ ଯାଇଥିଲେ।

YouTube

ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଓଏମଏମଏଲକୁ ଛାଡ଼ି ଶୁଲେଇପାଟରେ ଖଣି କାରବାର ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବାଧ୍ୟହୋଇ ବିସି ଡୋଗ୍ରା ଏହି ରାୟକୁ ମାନିନେଇଥିଲା। ମାତ୍ର ପୁଣି କିଛି ଦିନ ପରେ କିଛି ଖଣି ଅଧିକାରୀଙ୍କ ସହଯୋଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଖଣି କାରବାର କରିଥିଲେ। ଯାହାଫଳରେ ପୁନଶ୍ଚ ଓଏମଏମଏଲ ପକ୍ଷରୁ ଆଇନର ଆଶ୍ରୟ ନିଆଯାଇଥିଲା। ଏଥର ବାରିପଦା ଜିଲ୍ଲା କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବିସି ଡୋଗ୍ରାକୁ ଶୁଲେଇପାଟ ଖଣି ପରିସରକୁ ମଧ୍ୟ ନପଶିବାକୁ ସ୍ପଷ୍ଟ ଆଦେଶ ଦେଇଥିଲେ(୯-୨-୨୦୧ରେ) । ଏହି ଖଣିର କାରବାର କୌଣସି ତୃତୀୟ ପକ୍ଷ ମଧ୍ୟ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ମାତ୍ର କିଛି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ବିସି ଡୋଗ୍ରା ଏହି ଖଣିରେ ଚୋରାରେ ଖଣି କାରବାର କରୁଥିବା ଓଏମଏମଏଲ ଜାଣିବାକୁ ପାଉଥିଲେ। ଓଏମଏମଏଲର କର୍ମଚାରୀମାନେ ଏହାକୁ ବିରୋଧ କରିବାରୁ ବିସି ଡୋଗ୍ରା ପକ୍ଷରୁ କିଛି ଗୁଣ୍ଡାଶ୍ରେଣୀର ଲୋକ ସେମାନଙ୍କୁ ଲାଠି ଆଦି ମାରଣାସ୍ତ୍ର ସହୟତାରେ ଧମକ ଦେଇଥିବା ବାଦାମପାହାଡ଼ ଥାନାରେ ଅଭିଯୋଗ ହୋଇଛି।

କୋର୍ଟର ନିର୍ଦ୍ଦେଶ ଅନୁସାରେ ଓଏମ୍ଏମ୍ ବିନା କାମ କରିପାରିବ ନାହିଁ। ମାତ୍ର ଓଏମ୍ଏମ୍‌ର କର୍ମଚାରୀଙ୍କୁ ଧମକ ଦେଇ ଜୀବନରୁ ମାରିଦେବାକୁ କହିଥିଲେ। ଏପରିକି କୌଣସି କୋର୍ଟ ସେମାନଙ୍କର କିଛି କରିପାରିବ ନାହିଁ ବୋଲି ମଧ୍ୟ କହିଥିଲେ। ଖଣି ପରିସରରେ ଥିବା ଓଏମଏମଏଲର କର୍ମଚାରୀମାନେ ଜାଗା ଛାଡ଼ି ନଗଲେ ଜୀବନରୁ ଯିବେ ବୋଲି ଧମକ ଦେଇଥିଲେ ବିସି ଡୋଗ୍ରା ପକ୍ଷରୁ ଆସିଥିବା କିଛି ଗୁଣ୍ଡାଶ୍ରେଣୀର ଲୋକ। ଆଇନ ଅନୁସାରେ ଖଣି କାରବାର ନିମନ୍ତେ ଅଧିକାର ପାଇଥିଲେ ମଧ୍ୟ ଏପରି ବେଆଇନ କାରବାର ଶିଳ୍ପାୟନ ପ୍ରତି ବିପଦ ସୃଷ୍ଟି କରୁଥିବା ଓଏମଏମଏଲ ପକ୍ଷରୁ କୁହାଯାଇଛି। ଏହି ସଂସ୍ଥା ପକ୍ଷରୁ ମନିଷ କୁମାର ଶର୍ମା ଗୁରୁବାର ଦିନ ବିସି ଡୋଗ୍ରା ବିରୋଧରେ ବାଦାମପାହାଡ଼ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ନିଜ ସପକ୍ଷରେ ଥିବା ସମସ୍ତ କାଗଜପତ୍ର ମଧ୍ୟ ଜମା କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ପ୍ରାୟ ୬୧୮ ହେକ୍ଟର ଅଞ୍ଚଳ ପରିମିତ ଏହି ଲୁହାଖଣି ୨୦୨୬ ପର୍ଯ୍ୟନ୍ତ କାରବାର ନିମନ୍ତେ ଅନୁମତି ପାଇଛି।

ସମ୍ବନ୍ଧିତ ଖବର