ଜୟପାଟଣା : ଗତ ମାସରେ ଜୟପାଟଣା ବ୍ଲକ୍ ଖଲିଆଭଟା ଛକର ଶତାଧିକ ମହିଳା ଅଞ୍ଚଳରେ ୬ଟି ଦେଶୀ ମଦ କୋଠି ଓ ଦୁଇଟି ବିଦେଶୀ ମଦ ଦୋକାନ ବେଆଇନ ଭାବେ ଚାଲିଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ। ହେଲେ ସେମାନଙ୍କୁ କୌଣସି ପ୍ରଶାସନିକ ସହଯୋଗ ମିଳି ନଥିଲା। ବରଂ ଅବକାରୀ ବିଭାଗ ବିଜମରାସ୍ଥିତ ବିଦେଶୀ ମଦ ଦୋକାନକୁ ଅହେତୁକ ଅନୁକମ୍ପା ଦେଖାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଖଲିଆଭଟା ମୁଖ୍ୟ ସଡ଼କରେ ଅବସ୍ଥିତ ଆବାସିକ ଆଶ୍ରମ ବିଦ୍ୟାଳୟରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଓ ଏବେ ଯୁକ୍ତ ଦୁଇରେ ସମ୍ପ୍ରସାରିତ ହୋଇଥିବା ବେଳେ ମହିଳାମାନେ ବିଦ୍ୟାଳୟ ସମ୍ମୁଖରୁ ମଦ କରାବାର ହଟେଇବାକୁ ଆନ୍ଦୋଳନ କରିଥିଲେ। ଏପରି ସ୍ଥିତିରେ ଦେଶୀ କୋଠି ସବୁ ବନ୍ଦ ଥିବା ବେଳେ ବିଦେଶୀ ମଦ ବେଆଇନ ଭାବରେ କାହା ପ୍ରୋତ୍ସାହନରେ ଚାଲୁ ରହିଛି ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ଅବକାରୀ ବିଭାଗ ସ୍ଥାଣୁ ପାଲଟିଥିବା ବେଳେ ଜିଲ୍ଲା ପ୍ରଶାସନ ଏହାର ଉଚିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।
ସ୍କୁଲ ସାମନାରେ ବେଆଇନ ଭାବେ ଚାଲିଛି ମଦ ବେପାର
/sambad/media/post_attachments/wp-content/uploads/2018/10/ddds.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)