ଭେରାଇଟି ଷ୍ଟୋର୍ ଏବଂ ଡ୍ରାଏ ଫୁଡ୍ସ ଆଳରେ ବେଆଇନ ମଦ କାରବାର, ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ

ବାରିପଦାର ଜନୈକ ମଦ ବ୍ୟବସାୟୀଙ୍କ ପ୍ରରୋଚନାରେ ଚାଲିଛି କାରବାର

ବାରିପଦା/କୁଳିଅଣା/ଶୁଳିଆପଦା/ଦେଉଳି: ଚାନ୍ଦୁଆ ଥାନା ଅନ୍ତର୍ଗତ ଜମ୍ଭୀରା ଫାଣ୍ଡି ଅଁଳାକୁଡ଼ା ଛକ ରାଜ୍ୟ ରାଜପଥ-୧୯ କଡ଼ରେ ଥିବା ଗୌତମ ଭେରାଇଟ୍ ଷ୍ଟୋର୍ ଏଣ୍ଡ୍ ଡ୍ରାଏ ଫୁଡ୍ସରୁ ମଙ୍ଗଳବାର ସନ୍ଧ୍ୟାରେ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ କରିଛି ଚାନ୍ଦୁଆ ଥାନା ପୁଲିସ। ଖୋଦ୍ ଏସ୍ପି ସ୍ମିତ୍ ପି ପରମାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସ୍ବତନ୍ତ୍ର ସ୍କ୍ବାର୍ଡ ଏହି ଚଢ଼ଉ କରିଥିଲା। ଏଯାବତ ଜବତ ମଦର ପରିମାଣ ହିସାବ କରାଯାଉଥିବା ଚାନ୍ଦୁଆ ଥାନା ଅଧିକାରିଣୀଙ୍କ ପକ୍ଷରୁ ପ୍ରକାଶ।

ଏହି ଷ୍ଟୋର୍ ସାମ୍ନାରେ ଫାଷ୍ଟଫୁଡ୍ ସେଣ୍ଟର୍ ଥିବାବେଳେ ପଛରେ ରିତୀମତ ବାର୍ ଚାଲିଥିଲା। ବାରିପଦାର ଜନୈକ ମଦ ବ୍ୟବସାୟୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ବେଆଇନ କାରବାର ଦୀର୍ଘଦିନରୁ ଚାଲିଥିଲା। ଗୌତମ ରଣା ନାମକ ବ୍ୟକ୍ତି ଏହାକୁ ପରିଚାଳନା କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଏହା ପଛର ମାଷ୍ଟର୍ ମାଇଣ୍ଡକୁ ଧରିବାକୁ ସାଧାରଣରେ ଦାବି ହୋଇଛି। ଭେରାଇଟି ଷ୍ଟୋର୍ ଆଳରେ ଏପରି ମଦ ବ୍ୟବସାୟକୁ ସବୁବେଳେ ବିରୋଧ କରାଯାଉଥିଲା। ଏପରିକି ରାଜ୍ୟ ରାଜପଥର ଠିକ୍ କଡ଼ରେ ଥିବା ଏହି ଦୋକାନରେ ଏକପ୍ରକାର ବାର୍ ଚାଲିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବାରିପଦାର ଉକ୍ତ ବ୍ୟବସାୟୀ ଏହାକୁ ପରିଚାଳନା କରନ୍ତି। ତେଣୁ ଉକ୍ତ ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏକ ଭେରାଇଟି ଷ୍ଟୋର୍ ଏବଂ ଡ୍ରାଏ ଫୁଡ୍ସ ଦୋକାନରୁ ଏପରି ବିପୁଳ ମଦ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର