ଦେଓଗାଁ : ବେଆଇନ ଭାବେ ଜାତୀୟ ରାଜପଥ ୨୬ କଡ଼ ବହଲି ଛକରେ ୨୪ ଘଣ୍ଟା ଭାଟି ମଦ, ବିଦେଶୀ ମଦ ସହ ଖୋଲା ମଦ ବିକ୍ରି ହେଉଛି। ଆଖ ପାଖ ଗାଁର ଲୋକମାନେ ତଥା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକମାନେ ଏହାର ସୁବିଧା ଉଠାଉଛନ୍ତି। ଫଳରେ ରାଜପଥରେ ଦୁର୍ଘଟଣା ଘଟିବା ସହ ଓ ରାହାଜାନି ଘଟୁଥିବା ଜଣାପଡ଼ୁଛି। ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଗତ ଅକ୍ଟୋବର ୧୨ତାରିଖ ସଭାରେ ନିଷ୍ପତ୍ତି ହୋଇଥିଲା। ଏହାକୁ ଗାଁର ସମସ୍ତ ବ୍ୟକ୍ତି ସମର୍ଥନ କରିଥିଲେ। ହେଲେ କିଛି ଅସାମାଜିକ ବ୍ୟକ୍ତିଙ୍କ ସହଯୋଗରେ ବହଲି ଛକରେ ପୂର୍ବ ପରି ବେଆଇନ ମଦ ବିକ୍ରି ଚାଲିଛି। ଗୁରୁବାର ବହିଲି ଗାଁର ଏସ୍ଏଚ୍ଜି ମହିଳାମାନେ ଦେଓଗାଁ ଥାନାକୁ ଯାଇ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ମଦ ବିକ୍ରି ବନ୍ଦ ନ ହେଲେ ବାଧ୍ୟ ହୋଇ ସେମାନେ ବନ୍ଦ କରିବେ ବୋଲି ଧମକ ଦେଇଥିଲେ। ତେଣୁ ତୁରନ୍ତ ମଦ ବିକ୍ରି ବନ୍ଦ କରାଯିବାକୁ ସାଧାରଣରେ ଦାବି ହେଉଛି।
ଜାତୀୟ ରାଜପଥ କଡ଼ରେ ବେଆଇନ ମଦ ବିକ୍ରି, ଥାନାରେ ଅଭିଯୋଗ କଲେ ଏସ୍ଏଚ୍ଜି ସଦସ୍ୟା
/sambad/media/post_attachments/wp-content/uploads/2022/01/663f9631-fe56-4184-9a66-e4bd8cfd0529.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)