ବେଗୁନିଆ ବ୍ଲକରେ ଲକ୍‌ଡାଉନ ଆଢ଼ୁଆଳରେ ଚାଲିଛି ଅବାଧ ମଦ କାରବାର

ଖୋର୍ଦ୍ଧା/ସିକୋ : କୋରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ସମସ୍ତ ସ୍ଥାନରେ ଲକ୍‌ଡାଉନ୍ ଜାରି ରହିଥିବା ବେଳେ ବେଗୁନିଆ ବ୍ଲକର ଅନେକ ସ୍ଥାନରେ ବେଆଇନ ମଦ କାରବାର ବଢ଼ିବା ଦେଖିବାକୁ ମିଳିଛି ।

ବୋତଳନା, ହିରାପୁର, ହଜ, ସିକୋ, ଶଗଡ଼ଭଙ୍ଗା, ଗଡ଼ମାଣତ୍ରୀ, ଗୋବିନ୍ଦପୁର, ଦେଉଳି ଆଦି ପଂଚାୟତରେ ଗତ କିଛି ଦିନ ଧରି ଅବାଧ ମଦ କାରବାର ବୃଦ୍ଧି ପାଇଛି । ଏନେଇ ସ୍ଥାନୀୟ ଅଧିକାରୀ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ମଦ ବେପାରୀଙ୍କ ସହ ସରକାରୀ କର୍ମଚାରୀଙ୍କ ଭିତିରି ସମ୍ପର୍କ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବୋତଳମା ପଂଚାୟତର ମାଣିକପୁର ପାଟଣା ହାଟ ପଟାଖୋଲ ପୋଖରୀ ନିକଠରେ ଥିବା ଛତ୍ରପଡ଼ା ହାଇସ୍କୁଲ ଖେଳ ପଡ଼ିଆରେ ପ୍ରତି ଦିନ ସଂଧ୍ୟାରୁ ଅର୍ଦ୍ଧ ରାତି ଯାଏଁ ମଦ ବିକ୍ରି ହେଉଛି । ଏନେଇ ଗତ କିଛି ପୂର୍ବେ ସ୍ଥାନୀୟ ବାସିନ୍ଦା ପୁଲିସ ଓ ଅନ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର