ଆଖିବୁଜା ଖଣିଜ ପରିବହନ : ବିନା କାଗଜପତ୍ରରେ ଲକ୍ଷ ଲକ୍ଷ ଟନ୍‌ ଲୁହାପଥର ପରିବହନ

ବାହାର ରାଜ୍ୟର ୧୦ ହଜାର ଟ୍ରେଲର, ଟ୍ରକ୍‌ ସାମିଲ; ପ୍ରଶାସନ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିରବ

କେନ୍ଦୁଝର/ଯୋଡ଼ା : ଲୁହାପଥର ଚୋରା ଚାଲାଣ ଏବଂ ଖଣି ଦୁର୍ନୀତିକୁ ନେଇ ‌ସମଗ୍ର ଦେଶରେ ଓଡ଼ିଶା ଅପଯଶ ମୁଣ୍ଡାଇଥିଲା। ଜଷ୍ଟିସ ଶାହ କମିସନ ଏ କ୍ଷେତ୍ରରେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଯାହା ଏବେ ବି େକନ୍ଦ୍ର ସରକାରଙ୍କ ବିଚାର ଅପେକ୍ଷାରେ ରହିଛି। େହଲେ ଖଣି ମାଫିଆ ମାନେ େବଧଡକ ଭାବେ ପୁଣି ବେଆଇନ କାରବାର ଆରମ୍ଭ କରିଦେଇଥିବା େନଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ନିକଟରେ ବିଧାନସଭାରେ ଏ ପ୍ରସଙ୍ଗ ଉଠିବା ପରେ ବି ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିନି କି ମାଫିଆ ସତର୍କ େହାଇନାହାନ୍ତି।

ଖଣି େଚାରା କାରାବାର େନଇ ସେ ସମୟରେ ଅପଯଶ ମୁଣ୍ଡାଇଥିବା କେନ୍ଦୁଝର ଜିଲ୍ଲାରେ ଏବେ ପୁଣି ଖଣିଜ ପରିବହନ ଅନିୟମିତତା ସାମ୍ନାକୁ ଆସିଛି। ରାଜ୍ୟ ବାହାରର ପାଖାପାଖି ୧୦ ହଜାର ଗାଡ଼ି ବିନା ଅନୁମତିରେ ଖଣିଜ ପରିବହନରେ ଲିପ୍ତ ରହିଥିଲେ ମଧ୍ୟ ପ୍ରଶାସନ ଆଖି ବୁଜି ଦେଇଛି। କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ଅଧୀନସ୍ଥ ୧୧ଟି ଲୁହାପଥର ଖଣିର ଲାଇସେନ୍ସ ଅବଧି ୨୦୨୦ ମାର୍ଚ୍ଚରେ ଶେଷ ହେବ। ଏହି ୧୧ଟି ଖଣିରେ ବ୍ୟାପକ ଖଣିଜ ଉତ୍ତୋଳନ ଚାଲିଛି। ତେଣୁ ଲୁହାପଥର ପରିବହନ ପାଇଁ ବାହାର ରାଜ୍ୟର ଗାଡ଼ିଗୁଡ଼ିକୁ ବେଆଇନ ଭାବେ ନିୟୋଜିତ କରାଯାଇଛି। ବିଶେଷ କରି ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟର ପ୍ରାୟ ୧୦ ହଜାର ଗାଡ଼ି ନିୟୋଜିତ ଅଛନ୍ତି।

କେନ୍ଦୁଝର ଜିଲ୍ଲାର ଗାଡ଼ିଗୁଡ଼ିକ ୧୨ ଚକିଆ ଓ ୧୪ ଚକିଆ ହୋଇଥିଲା ବେଳେ ପରିବହନରେ ବ୍ୟବହୃତ ବାହାର ରାଜ୍ୟର ଗାଡ଼ିଗୁଡ଼ିକ ୨୨ ଚକିଆ। ଏହି ଗାଡ଼ିଗୁଡିକର ମାଲ୍‌ ପରିବହନ କ୍ଷମତା ପାଖାପାଖି ୫୦ ଟନ୍‌। ତେଣୁ କିଛି ମାସ ହେବ ଖଣି ସଂସ୍ଥାଗୁଡ଼ିକ ପରିବହନ ଠିକାଦାର ସହାୟତାରେ ବାହାର ରାଜ୍ୟର ପ୍ରାୟ ୧୦ ହଜାର ଟ୍ରେଲର ମାଧ୍ୟମରେ ଆଖିବୁଜା ଖଣିଜ ପରିବହନ କରୁଛନ୍ତି। ଏହି ଟ୍ରେଲରଗୁଡ଼ିକ ଜରିଆରେ ଖଣିଜ ପରିବହନ ‌ଯୋଗୁଁ ୫୨୦ ନମ୍ବର ଜାତୀୟ ରାଜପଥର ଗୁଆଲିରୁ ବିଲେଇପଦା, ଭଦ୍ରାସାହି- ବଡ଼ବିଲ, ବଡ଼ବିଲ-ବଲାଣି, ବଡ଼ବିଲ-ଜାମଦା, ଯୋଡା-ବାମେବାରୀ, କାଳିମାଟି-ପଳାଶପଙ୍ଗା ରାସ୍ତା ଏକପ୍ରକାର ଅଚଳ ହୋଇ ପଡୁଛି। ପ୍ରାୟ ୨୫ ହଜାର ଟ୍ରକ କବ୍‌ଜାରେ ରହିଛି ଜିଲ୍ଲାର ରାସ୍ତାଘାଟ।

ଟ୍ରକ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କ ଯିବା ପାଇଁ ରାସ୍ତା ନାହିଁ। ପ୍ରଶାସନ ଏଭଳି ବେଆଇନ ଖଣିଜ ପରିବହନକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଟ୍ରାଫିକ ହଟାଇବା ପାଇଁ ଦିନରାତି ଉଦ୍ୟମ କରି ଫେଲ‌୍ ମାରିଛି। ଯୋଡ଼ା ଖଣି ମଣ୍ଡଳ ସହିତ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଖଣି ମଣ୍ଡଳରୁ ମଧ୍ୟ ପ୍ରାୟ ୫ ହଜାର ଟ୍ରେଲର ଓ ଅନ୍ୟନ୍ୟ ଟ୍ରକ ଏହି ରାସ୍ତାରେ ପ୍ର‌େତ୍ୟକ ଦିନ ଖଣିଜ ପରିବହନ କରୁଥବା ଖଣି ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସବୁଠୁ ବଡ଼ କଥା ‌ହେଉଛି, ବାହାର ରାଜ୍ୟର ଏହି ଗାଡିଗୁଡିକ ଦ୍ବାରା ଲୁହାପଥର ପରିବହନ ବେଆଇନ। ପ୍ରଶାସନ ଏବଂ ଆରଟିଓ ଅଧିକାରୀ ଜାଣିଥିଲେ ବି ଅଦୃଶ୍ୟ ଚାପରେ ଚୁପ୍‌ ରହୁଛନ୍ତି।

ଏ ନେଇ ଆରଟିଓ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯିବାରୁ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି- ନ୍ୟାସନାଲ ପରମିଟ୍‌ ଥିବା ଗାଡିଗୁଡ଼ିକ କେନ୍ଦୁଝର ଜିଲ୍ଲାରୁ ଲୁହାପଥର ପରିବହନ କରିପାରିବେ ନାହିଁ। ଯଦି କେନ୍ଦୁଝର ଜିଲ୍ଲାରୁ ଲୁହାପଥର ପରିବହନ କରିବେ, ତେବେ ତାହା ଓଡ଼ିଶାର କୌଣସି ସ୍ଥାନରେ ଅନଲୋଡ୍‌ କରି ପାରିବେ ନାହିଁ। ଅପରପକ୍ଷରେ କିଛି ନ୍ୟାସନାଲ ପରମିଟ୍‌ ଥିବା ଗାଡ଼ିକୁ ଓଡ଼ିଶା ପାଇଁ ଟେମ୍ପରାରି ପରମିଟ୍‌ ଦିଆଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ମଧ୍ୟ ଏହି ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି, ନ୍ୟାସନାଲ ପରମିଟ୍‌ ଥିବା ଗାଡିକୁ ଓଡ଼ିଶା ପାଇଁ ଟେମ୍ପରାରି ପରମିଟ୍‌ ଦେବାରେ ସମସ୍ୟା ଥିବାରୁ କେନ୍ଦୁଝର ଆରଟିଓ କାର୍ଯ୍ୟାଳୟରେ ଏଭଳି କରାଯାଉନାହିଁ। ମାତ୍ର ବାହାର ରାଜ୍ୟର କିଛି ଗାଡି ମାଲିକ ପଡୋଶୀ ଜିଲ୍ଲାରୁ କୌଣସି ଉପାୟରେ ଏହି ଟେମ୍ପରାରି ପରମିଟ୍‌ ଆଣି ଲୁହାପଥର ପରିବହନ କରୁଛନ୍ତି।

ଏ ସମ୍ପର୍କରେ ଯୋଡ଼ା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଦାସଙ୍କୁ ପଚାରିବାରୁ କହିଛନ୍ତି, ରାଜ୍ୟ ବାହାରର ଟ୍ରକ କବ୍‌ଜାରେ ଜିଲ୍ଲାର ରାସ୍ତାଘାଟ ରହିଛି। ରାଜ୍ୟ ବାହାରର ଟ୍ରକକୁ ପରିବହନ ନିମନ୍ତେ ଅନୁମତି ନଦେବା ପାଇଁ ସରକାରଙ୍କୁ ସଂଘ ଜଣାଇଛି। କିନ୍ତୁ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିିଁ।

ସମ୍ବନ୍ଧିତ ଖବର