ଯାଜପୁର/ଚଢେଇଧରା : ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲ୍ଲାକୁ ଚୋରା ପଥର ବ୍ୟବସାୟୀ ତଥା ମାଫିଆମାନେ କବଜା କରିନେଇଛନ୍ତି। ଶହ ଶହ କୋଟି ଟଙ୍କାର ଖଣିଜ ସମ୍ପଦ ବେଆଇନ୍ ଭାବେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣି ହେଉଛି। ଜିଲ୍ଲା ସୀମାନ୍ତରେ ମାଫିଆମାନେ କରିଥିବା କରିଡର୍ ଉପରେ ଯାଜପୁର ପ୍ରଶାସନର ନଜର ନଥିବା ବେଳେ ପଡ଼ୋଶୀ ଢେଙ୍କାନାଳ ପ୍ରଶାସନ ଚଢାଉ ଜୋରଦାର କରିଛି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ପ୍ରଶାସନ ପକ୍ଷରୁ ନିହଲପ୍ରସାଦ ଥାନା ଅଞ୍ଚଳରେ ଅଚାନକ ଚଢାଉ କରାଯାଇଥିଲା। ଲଘୁ ଖଣିଜ ପଥର ଗ୍ରାନାଇଟ୍ ନେଇଯାଉଥିବା ୧୦ଟି ଟ୍ରକ ଜବତ କରିଥିବା ବେଳେ ୨ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ବୋଲି ନିହଳ ପ୍ରସାଦ ଥାନା ଅଧିକାରୀ ରତ୍ନାକର ମଲ୍ଲିକ ସୂଚନା ଦେଇଛନ୍ତି। ପ୍ରଶାସନିକ ତନଖି ସମୟରେ ଏକ କ୍ରୋମାଇଟ ବୋଝେଇ ଗାଡ଼ି ଏସ୍ପିଙ୍କ ନଜରକୁ ଆସିଥିଲା। ଚୌଦ୍ବାର ଯିବାକୁ ଥିବା କ୍ରୋମାଇଟ ଗାଡ଼ି ଚଢେଇଧରା-ଢେଙ୍କାନାଳ ରାସ୍ତାରେ ଯାଉଥିଲା। ଧରାପଡ଼ିବା ପରେ ସଂପୃକ୍ତ ଗାଡ଼ିକୁ ଜବତ ନକରି ପରାମର୍ଶ ଦେଇ ଛାଡ଼ି ଦିଆଯାଇଥିଲା। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ିକୁ ଜବତ ନକରି ଜୋରିମାନା କରି ଛାଡ଼ି ଦେବା ଘଟଣାକୁ ନେଇ ସାଧାରଣରେ ସଂଦେହ ପ୍ରକାଶ ପାଇଛି।
ଚୋରା ଖଣିଜ ସମ୍ପଦ ଭର୍ତ୍ତି ୧୦ ଗାଡ଼ି ଜବତ, ୨ ଡ୍ରାଇଭର ଗିରଫ
/sambad/media/post_attachments/wp-content/uploads/2019/06/tra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)