ଯାଜପୁର : ବିଛାଖଣ୍ଡି ପାହାଡ଼ରେ ବେଆଇନ୍ ଖାଦାନ ଓ କ୍ରସର ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଲୋକାୟୁକ୍ତରେ ଆଜି ଦାଖଲ ହେବ।
୨ ମାସ ତଳେ ଅର୍ଥାତ୍ ଗତ ଏପ୍ରିଲ ୧୨ତାରିଖରେ ଲୋକାୟୁକ୍ତ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବିଛାଖଣ୍ଡିରେ ଚାଲିଥିବା ବେଆଇନ୍ ଖଣିଖାଦାନ ଓ କ୍ରସର ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ପଥର ମାଫିଆ ଓ ପ୍ରଶାସନିକ କର୍ମଚାରୀ ଛାନିଆ ହୋଇପଡ଼ିଥିଲେ। ମାତ୍ର ଭିଜିଲାନ୍ସ ଘଟଣାସ୍ଥଳକୁ ନଆସି କେବଳ କାଗଜପତ୍ର ତହସିଲ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆରଓ ଅଫିସକୁ ମାଗିଥିବା ଜଣାପଡ଼ିଛି। ଫଳରେ, ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଭିଜିଲାନ୍ସ ତଦନ୍ତ ନେଇ ସନ୍ଦେହ ସୃଷ୍ଟିହୋଇଛି। ଏପରିସ୍ଥଳେ, ଆସନ୍ତାକାଲି ଲୋକାୟୁକ୍ତଙ୍କ ନିକଟରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ କରିବ। ଆସନ୍ତାକାଲି ଶୁଣାଣି ପରେ ବିଛାଖଣ୍ଡି ପାହାଡ଼ର ଭାଗ୍ୟ ନିର୍ଧାରଣ ହେବ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ, ବିଛାଖଣ୍ଡିର ଭିଜିଲାନ୍ସ ତଦନ୍ତକୁ ନେଇ କୋଟିପତି ପଥର ମାଫିଆମାନେ ଏବେ ଏକାଠି ହେବା ଆରମ୍ଭ କରିଛନ୍ତି। ଆଜି ବିଛାଖଣ୍ଡିର ଏକ ନିର୍ଦ୍ଦିଷ୍ଟ ବରଗଛ ତଳେ କେତେକ ଏକାଠି ହୋଇ ବୈଠକ କରିବା ସହିତ ତଦନ୍ତ ବାଟବଣା କରିବା ସହିତ ଏବେ ପ୍ରକାଶ ପାଇଥିବା ସୈରାତ ଯେପରି ଟେଣ୍ଡର ହୋଇପାରିବ, ସେଥିପାଇଁ ଅଧିକାରୀଙ୍କୁ ପ୍ରଭାବିତ କରିବାକୁ ପ୍ରାରମ୍ଭିକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପରିସ୍ଥିତିରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ରକ୍ଷକ ଖୋଜାଚାଲିଛି। ରାଜନେତା ତାଙ୍କୁ ରକ୍ଷା କରିପାରନ୍ତି ବୋଲି କେତେକ ମତ ବ୍ୟକ୍ତ କରିଛନ୍ତି। ତେବେ ଆସନ୍ତା ବୁଧବାର ଦ୍ବିତୀୟ ବୈଠକ ହେବ ବୋଲି ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/mines.jpg)