ମହାମାରୀ ବେଳେ ମାତିଛନ୍ତି ଚିଙ୍ଗୁଡ଼ି ମାଫିଆ : ବେଧଡ଼କ ଭାବେ ସରକାରୀ ଜମିରେ ଖୋଳା ଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି, ତହସିଲଦାରଙ୍କ ତାଗିଦ୍‌ ବି କାମ ଦେଲାନି

କେନ୍ଦ୍ରାପଡ଼ା/ମହାକାଳପଡ଼ା : କରୋନାଜନିତ ଲକଡାଉନ୍‌ର ସୁଯୋଗରେ ବେଧଡ଼କ ଭାବେ ସରକାରୀ ଜମିରେ ଖୋଳା ଚାଲିଥିଲା ବେଆଇନ ଚିଙ୍ଗୁଡ଼ି ଘେରି। ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ମାଫିଆମାନେ ମହାମାରୀ ବେଳେ ଚଳାଇଥିବା ଏଭଳି ବେଆଇନ କାର୍ଯ୍ୟକୁ ନେଇ ଅଭିଯୋଗ ହେବା ପରେ ତହସିଲଦାର ସରଜମିନ୍‌ ତଦନ୍ତରେ ଯାଇ ଘଟଣାସ୍ଥଳ ପରିଦର୍ଶନ କଲେ। ଏକର ଏକର ଜମିରେ ଖୋଳା ଚାଲିଥିବା ଘେରିକୁ ବନ୍ଦ କରିବାକୁ ତାଗିଦ୍‌ କଲେ। ହେଲେ ତହସିଲଦାରଙ୍କ ଏ ତାଗିଦା ମାଫିଆଙ୍କ ଉପରେ ସାମାନ୍ୟତମ ପ୍ରଭାବ ପକାଇଲା ନାହିଁ। କାମ ତ ବନ୍ଦ ହେଲା ନାହିଁ, ବର˚ ଆହୁରି ଜୋରସୋର‌୍‌ରେ ଚାଲିଛି ମହାକାଳପଡ଼ା ବ୍ଲକ୍‌ ଅ˚ଚଳରେ। ଅଥଚ, ତହସିଲ୍‌ କର୍ତୃପକ୍ଷ କରୋନାକୁ ଆଳ କରି ଏଥିପ୍ରତି ସ˚ପୂର୍ଣ୍ଣ ଆଖିବୁଜି ଦେବା ଘଟଣା କେବଳ ମାଫିଆଙ୍କୁ ପ୍ରୋତ୍ସାହିତ କରୁଛି ତା ନୁହେଁ, ହାଇକୋର୍ଟଙ୍କ ନିର୍ଦେଶର ଖୋଲା ଉଲ୍ଲ˚ଘନ ବି ହେଉଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କାହା ପ୍ରୋତ୍ସାହନ ତଥା ଆଶୀର୍ବାଦ ପାଇ ସେମାନେ ଏଭଳି ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ କରୁଛନ୍ତି ଯେ ଖୋଦ୍‌ ତହସିଲଦାର ବନ୍ଦ କରିବା ପରେ ବି କାମ ବନ୍ଦ ହେଉ ନାହିଁ। ଏହା ପରୋକ୍ଷରେ ସରକାରୀ ବାବୁ-ମାଫିଆଙ୍କ ଲିଙ୍କ୍‌କୁ ପଦାକୁ ଟାଣି ଆଣିବା ସହ ସାଧାରଣରେ ସନ୍ଦେହକୁ ଆହୁରି ବଢ଼ାଇ ଦେଲାଣି।

କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗର ଅ˚ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ପ୍ରସଙ୍ଗ ନୂଆ ନୁହେଁ। ତହସିଲଦାର ପୂର୍ବାହ୍ନରେ କାମ ବନ୍ଦ୍‌ କରି ଆସିଲା ବେଳକୁ ଅପରାହ୍ନରେ ପୁଣି କାମ ଆରମ୍ଭ ହେଉଛି। ଯେମିତି କର୍ତୃପକ୍ଷଙ୍କ ପ୍ରତି ମାଫିଆଙ୍କ ସାମାନ୍ୟତମ ଭୟ ନାହିଁ! ତା ନ ହୋଇଥିଲେ ରାମନଗର ରାସ୍ତାର ରାମଚଣ୍ତି ସେତୁ ନିକଟ ଗୋବରୀ ନଦୀ କୂଳ, ବଉଳକଣି ପଞ୍ଚାୟତର କା˚ଶପାଳ, ଖରିନାସୀର ହରିଆବାଙ୍କ ଆଦି ଅ˚ଚଳରେ ପ୍ରାୟ ୬୦ଏକରରୁ ଅଧିକ ଜ˚ଗଲ କିସମ ସରକାରୀ ଜମି ଏବ˚ ସମୁଦ୍ର-ନଦୀ ଜୁଆର ପ୍ଲାବିତ ଅ˚ଚଳରେ ବେଧଡ଼କ ଚିଙ୍ଗୁଡ଼ି ଘେରି ନିର୍ମାଣ ଚାଲିଛି। ହାଇକୋର୍ଟ ନିର୍ଦେଶ ଦେଇଥିଲେ ସମୁଦ୍ର ଓ ନଦୀ ଜୁଆର ପ୍ଲାବିତ ଅ˚ଚଳଠୁ ୫୦୦ମିଟର‌୍‌ ମଧୢରେ କୌଣସି ଘେରି ନିର୍ମାଣ ହୋଇପାରିବ ନାହିଁ। ଜ˚ଗଲ କିସମ ସରକାରୀ ଜମିରେ ନିର୍ମାଣ ତ ଆହୁରି ସା˚ଘାତିକ, ଆଇନର ଖୋଲା ଉଲ୍ଲ˚ଘନ। ହେଲେ ଲକଡାଉନ୍‌ ସୁଯୋଗରେ ମାଫିଆ ମାନେ ପ୍ରତିଦିନ ନିୟମକାନୁନ୍‌ର ଉଲ୍ଲ˚ଘନ କରିଚାଲିଥିଲେ ହେଁ, କାର୍ଯ୍ୟାନୁଷ୍ଠାନ ଶୂନ। ଅବଶ୍ୟ ମାଫିଆଙ୍କ ଏଭଳି ବେଆଇନ କାର୍ଯ୍ୟକୁ ନେଇ ଅଭିଯୋଗ ହେବା ପରେ ତହସିଲଦାର ସୁବ୍ରତ ବେହେରା ଗତ ୬ତାରିଖରେ ରାମନଗର ସେତୁ ଏବ˚ କା˚ଶପାଳ ଯାଇ ସ୍ଥିତି ଯାଞ୍ଚ କରିବା ସହ କାମ ବନ୍ଦ କରିବାକୁ ତାଗିଦ୍‌ କରିଥିଲେ। ମାତ୍ର କାମ ବନ୍ଦ ହେବା ତ ଦୂରର କଥା, ଆହୁରି ଜୋରସୋର‌୍‌ରେ ଚାଲିଥିବା ଦେଖିବାକୁ ମିଳିଛି।

କୌତୂହଳର କଥା ହେଉଛି, ଯେଉଁଦିନ ତହସିଲଦାର ଘଟଣାସ୍ଥଳକୁ ଯାଇ କାମ ବନ୍ଦ କଲେ, ତାର କିଛି ଘଣ୍ଟା ପରେ ପୁଣି କାମ ଚାଲିଲା ବୋଲି କା˚ଶପାଳର କିଛି ଲୋକ ନିଜ ନାମ ଗୋପନ ରଖି କହିଛନ୍ତି। ସେପଟେ ତହସିଲଦାର ଶ୍ରୀ ବେହେରା କହିଛନ୍ତି, କରୋନା ମୁକାବିଲାରେ ପ୍ରଶାସନ କଳ ଲାଗିଥିବାରୁ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ଉପରେ ଫୋକସ୍‌ ଦିଆଯାଇପାରୁନାହିଁ। ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ସ˚ପର୍କରେ ଅବଗତ ଅଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର