ପୁରୀ: ବେଆଇନ ଭାବେ ଝାଉଁ କାଠ ଚାଲାଣ କରାଯାଉଥିବା ଗାଡ଼ି ଜବତ। ସତ୍ୟବାଦୀର ସୁକଳ ଛକ ନିକଟରେ ଗାଡ଼ିକୁ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ବର୍ତ୍ତମାନ ପୁଲିସ ପଚରାଉଚରା କରୁଥିବାରୁ ଦୁଇ ଅଭିଯୁକ୍ତଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ଟାଟା ମିନି ଟ୍ରକ ଝାଉଁ କାଠ ନେଇ ଯାଉଥିବା ବେଳେ ପୁଲିସ ଗାଡିକୁ ସୁକଳ ଛକ ନିକଟରେ ଅଟକାଇଥିଲା। ପରେ ଦୁହେଁ ବେଆଇନ ଭାବେ ଝାଉଁ କାଠ ବିକ୍ରି ପାଇଁ ନେଉଥିବା ଜାଣି ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ଝାଉଁ କାଠ ଗାଡିକୁ ଜବତ କରିଥିଲା। ଗାଡ଼ିରେ ପ୍ରାୟ ୪୦କୁଇଁଟାଲ ଝାଉଁ କାଠ ଥିଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/t-21.jpg)