ଖୋର୍ଦ୍ଧା : ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ଏକ ଟ୍ରକକୁ ଖୋର୍ଦ୍ଧା ପୁଲିସ ଜବତ କରିବା ସହ ଡ଼୍ରାଇଭରକୁ ଗିରଫ କରିଛି । ଗିରଫ ଡ଼୍ରାଇଭର ଜଣକ ହେଲେ ପୁରୀ ଜିଲ୍ଲା କଣାସ ଥାନା ଢୋଲପାଟଣା ଗ୍ରାମର କାଳିଆ କାଣ୍ଡି (୨୬) ।

ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତି୍ରରେ ଏକ ନମ୍ବର ବିହିନ ୪୦୭ ଟ୍ରକରେ ବେଆଇନ ମାଙ୍କଡ଼ା ପଥର ଆଣି ଶଢେଇଗଡ଼ ତାପଙ୍ଗ ରାସ୍ତା ଦେଇ ଯାଇଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା । ଯାଂଚରେ ଟ୍ରକ ଚାଳକ କୌଣସି ପ୍ରମାଣ ପତ୍ର ଦେଇ ପାରି ନଥିଲା । ଏନେଇ ମାଲିକ ସହ ଯୋଗାଯୋଗ କରି ନଥିପତ୍ର ଜମା କରିବାକୁ ପୁଲିସ କହିଥିଲା । ତେବେ ଟ୍ରକ୍ ଓ ମାଙ୍କଡ଼ା ପଥର ଚାଲାଣର କାଗଜପତ୍ର ଦେଖାଇନପାରିବାରୁ ଚାଳକକୁ ଗିରଫ କରାଯାଇଛି । ଏନେଇ ସଦର ଥାନା ପକ୍ଷରୁ ୧୯୨/୨୦ରେ ଏକ ମାମଲା ରୁଜୁୁ କରାଯାଇ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର