ଠକି ଚାଲିଛି ଠିକା ସ˚ସ୍ଥା : ଜାତୀୟ ରାଜପଥ ନିର୍ମାଣ ନ ସାରି ଆଦାୟ କରୁଛି ଟୋଲ

ଜାତୀୟ ରାଜପଥ କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖିଲେ ବି ଶୁଣୁନି

କେନ୍ଦୁଝର : ଠକି ଚାଲିଛି ଠିକା ସ˚ସ୍ଥା। ଦିନେ ନୁହେଁ କି ମାସେ ନୁହେଁ। ୨୧୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସ˚ପୂର୍ଣ୍ଣ ନ କରିଥିଲେ ବି କେନ୍ଦୁଝର ଜିଲ୍ଲାରେ ତିନୋଟି ସ୍ଥାନରେ ବର୍ଷ ବର୍ଷ ଧରି ଟୋଲ୍‌ ଆଦାୟ ଜାରି ରଖିଛି। ଏହି ଠିକା ସ˚ସ୍ଥା ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ। ଅସ˚ପୂର୍ଣ୍ଣ କାମ ସ˚ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ କତ୍ତୃର୍ପକ୍ଷ ଠିକା ସ˚ସ୍ଥାକୁ ବାରମ୍ବାର ଚିଠି ଲେଖିଲେ ବି ତାହାକୁ ମାନୁ ନାହିଁ। ଅସ˚ପୂର୍ଣ୍ଣ ଜାତୀୟ ରାଜପଥ ପାଇଁ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ବେଳେ ଠିକା ସ˚ସ୍ଥା ଟୋଲ୍‌ ଆଦାୟରେ ବ୍ୟସ୍ତ।

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ପାଣିକୋଇଲି-ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ୍‌ର ଗତ ୨୦୧୧ ମସିହା ସେପ୍ଟେମ୍ବର ୨୮ ରେ ଚୁକ୍ତିନାମା ହୋଇଥିଲା। ୨୧୫ ନମ୍ବର ଜାତୀୟ ରାଜପଥର ଏହି ୧୬୬ କିଲୋମିଟର ରାସ୍ତା ନିର୍ମାଣ ବେଳେ ବାରମ୍ବାର ଚୁକ୍ତିନାମା ଉଲ୍ଲଂଘନ କରିଛି ଠିକା ସ˚ସ୍ଥା। ରାସ୍ତା ନିର୍ମାଣ କରୁନଥିବା ନେଇ ବାରମ୍ବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହେବା ପରେ ଏକ ଇଞ୍ଜିନିୟର ଟିମ୍‌ ଅନୁଧ୍ୟାନ କରି ଏହାର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ। ଏସବୁ ସତ୍ତ୍ବେ ଗତ ୨୦୧୭ ମସିହାରୁ ଠିକା ସ˚ସ୍ଥା କେନ୍ଦୁଝର ଜିଲ୍ଲାର ବନାଯୋଡ଼ି, ଢେ଼ଙ୍କିକୋଟ ଓ ହସନପୁରଠାରେ ଟୋଲ ଆଦାୟ ଆରମ୍ଭ କରିଥିଲା।

ଏହି ଜାତୀୟ ରାଜପଥ ନିର୍ମାଣ ଶେଷ ନ କରିବା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨୭.୧୦.୨୦୧୭, ୨୨.୧୧.୨୦୧୭, ୨୫.୧.୨୦୧୮, ୨୧.୨.୨୦୧୮, ୧୦.୪.୨୦୧୮ ଓ ୨୩.୭.୨୦୧୮ରେ ବାରମ୍ବାର ଚିଠି ଲେଖି ତୁରନ୍ତ ଏସବୁ କାମ କରିବାକୁ ନିର୍ଦେଶ ଦେଇଥିଲେ। ଏମିତିକି ରାସ୍ତା ନିର୍ମାଣ ସ୍ଥଳରେ ଠିକା ସ˚ସ୍ଥା ପକ୍ଷରୁ କୌଣସି ନିର୍ମାଣ ସରଞ୍ଜାମ ନ ଥିବା ନେଇ ମଧୢ ଠିକା ସ˚ସ୍ଥାକୁ ଅବଗତ କରାଇଥିଲା। ଏହାପରେ ପୁଣି ୨୪.୧୦.୨୦୧୮ରେ ଦୁଇଟି ଚିଠି ଏବ˚ ୩୧.୧୨.୨୦୧୮ରେ ମଧୢ ଗୋଟିଏ ଚିଠି ପଠାଇ ତୁରନ୍ତ ଅସ˚ପୂର୍ଣ୍ଣ କାମ ସାରିବାକୁ ଠିକା ସ˚ସ୍ଥାକୁ ନିର୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ଠିକା ସ˚ସ୍ଥା ଏହି ନିର୍ଦେଶ ମାନିଲା ନାହିଁ। ଅପରପକ୍ଷେ ରାସ୍ତା ନିର୍ମାଣ ନବେ ପ୍ରତିଶତ ଶେଷ ହେବା ପରେ ଗତ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଟୋଲ ଆଦାୟ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଏକ ପ୍ରଭିଜନାଲ ସାଟିର୍ଫିକେଟ ହାସଲ କରିଥିଲା। ନିୟମ ଅନୁସାରେ, ପ୍ରଭିଜିନାଲ ସାର୍ଟିଫିକେଟ ପାଇବାର ୯୦ ଦିନ ମଧୢରେ ଅସ˚ପୂର୍ଣ୍ଣ କାମ ସ˚ପୂର୍ଣ୍ଣ କରିବା କଥା। ଅର୍ଥାତ ୨୦୧୭ ନଭେମ୍ବର ୧୭ ସୁଦ୍ଧା ଏହି ଅଧାପନ୍ତରିଆ ପଡ଼ିଥିବା ରାଜପଥ ନିର୍ମାଣ ସରିବା କଥା। କିନ୍ତୁ ତାହା କଲା ନାହିଁ ଠିକା ସ˚ସ୍ଥା। ଅସ˚ପୂର୍ଣ୍ଣ କାମ ତ କଲା ନାହିଁ, ବରଂ ଟୋଲ ଅଦାୟରେ ବ୍ୟସ୍ତ ରହିଲା ଠିକା ସ˚ସ୍ଥା। କାର୍ଯ୍ୟ ସ˚ପୂର୍ଣ୍ଣ ନ କଲେ କ୍ଷତି ଭରଣା ପାଇଁ ମଧୢ ଚୁକ୍ତିରେ ଉଲ୍ଲେଖ ଥିଲା। ଏଥିପାଇଁ ପ୍ରାୟ ୨୮ କୋଟି ଟଙ୍କା କ୍ଷତି ହୋଇଥିଲା। ତାହାକୁ ମଧୢ ଦେଲା ନାହିଁ ଠିକା ସ˚ସ୍ଥା। ସେହିପରି ଏହି ରାଜପଥରେ ହୋଇଥିବା ଖାଲଖମା ଓ ଅନ୍ୟାନ୍ୟ ମରାମତି ବାବଦରେ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକୁ ଭରଣା କରିବାକୁ ମଧୢ ଠିକା ସ˚ସ୍ଥା ରାଜି ନୁହେଁ। ଏଥିନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୫.୭.୨୦୧୮, ୩୦.୧୦.୨୦୧୮, ୩୧.୧.୨୦୧୯ରେ ବାରମ୍ବାର ଏ ସ˚ପର୍କରେ ଚିଠି ଲେଖିଥିଲେ। ଏହାକୁ ମଧୢ ଠିକା ସ˚ସ୍ଥା ଶୁଣିଲା ନାହିଁ। ଖାଲି ସେତିକି ନୁହେଁ, ଏହି ଅସ˚ପୂର୍ଣ୍ଣ କାର୍ଯ୍ୟ ପାଇଁ ହୋଇଥିବା କ୍ଷତି ୨୭.୯୭ କୋଟି ଟଙ୍କା ଭରଣା ପାଇଁ ସିଏଜି ଅଡିଟ୍‌ରେ ମଧୢ ମଞ୍ଜୁରି ମିଳିଥିଲା। ସିଏଜିଙ୍କ ଅଡିଟ୍‌ ସ˚ପର୍କରେ ଗତ ୨୦୧୮ ଡିସେମ୍ବର ୨୪ ରେ ଏକ ଚିଠି ଜରିଆରେ ଅବଗତ କରାଯାଇଥିଲା। କିନ୍ତୁ ଏ ଚିଠିର ଜବାବ ମଧୢ ଦେଲା ନାହିଁ ଠିକା ସ˚ସ୍ଥା। ଶେଷରେ ଗତ ୧୦.୪.୨୦୧୯ ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଠିକା ସ˚ସ୍ଥା ସାଇ ତାରିଣୀ ଟୋଲ୍‌ ୱେଜ୍‌କୁ ରାଜପଥ ନିର୍ମାଣ ଅସ˚ପୂର୍ଣ୍ଣ ଥିବାରୁ କାହିଁକି ଚୁକ୍ତିନାମା ରଦ୍ଦ କରା ନଯିବ ବୋଲି ଚିଠି ଲେଖାଯାଇଛି। କେନ୍ଦୁଝର ଜିଲ୍ଲାର ବୁଦ୍ଧିଜୀବୀଙ୍କ ମହଲରେ ଗୋଟିଏ ପ୍ରଶ୍ନ ଆସୁଛି, ଯଦି ବର୍ଷ ବର୍ଷ ଧରି ଏକ ଠିକା ସ˚ସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ଦେଶ ମାନୁ ନାହିଁ କି ଚୁକ୍ତିନାମା ଅନୁସାରେ କାମ କରୁ ନାହି, ଆଜିଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଏ ସ˚ପର୍କରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଲାସୁତରାରେ ହିଁ ଠିକା ସ˚ସ୍ଥା ଠକି ଚାଲିଛି। ଯଦି ଜାତୀୟ ରାଜପଥ ବିଭାଗ ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଥାନ୍ତେ, କେବେଠୁ ନେଇ ସାରନ୍ତେଣି। ଖାଲି ଲୋକ ଦେଖାଣିଆ ଚିଠି ଲେଖି ଚୁପ୍‌ ବସୁଛି ଏନ୍‌ଏଚ୍‌ଏଆଇ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର