ବେଆଇନ ଟିକେଟ କାରବାର, ଜଣେ ଗିରଫ

ବ୍ୟାସନଗର : ଆରପିଏଫ ଅଧିକାରୀ ପ୍ରବୀଣ କୁମାରଙ୍କ ନିର୍ଦେଶରେ ଯାଜପୁରରୋଡ ଆରପିଏଫ୍‌ ଏସ୍‌ଆଇ ସ‌ି. କେ. ତିୱାରୀ ଆଜି ଜଣେ ଟିକେଟ୍‌ କଳାବଜାରୀକୁ ଗିରଫ କରିଛନ୍ତି। ଅଭିଯୁକ୍ତ କୁଆଖିଆ ଥାନା ଅନ୍ତର୍ଗତ ଗରୁଆଳ ଗ୍ରାମର ସୌମ୍ୟରଞ୍ଜନ ସାହୁ।

ହରିପୁରରୋଡରେ ଥିବା ବିଜୟ କମୁନିକେସନ୍‌ରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ସୌମ୍ୟରଞ୍ଜନ ସନ୍ଦିଗ୍ଧ ୧୬ଟି ଆଇଡି ବ୍ୟବହାର କରି ବିଭିନ୍ନ ଟ୍ରେନ୍‌ର ଟିକେଟ୍‌ କାଟିବା ସହ ଅଧିକ କମିସନ୍‌ ରଖି ଏହାକୁ ବିକ୍ରି କରୁଥିଲା। ଗିରଫ କରାଯିବା ପରେ ତା’ ନିକଟରୁ ଗୋଟିଏ ଟିକେଟ୍‌ ଓ ୩୫ଟି ପୁରୁଣା ଟିକେଟ୍‌ ଜବତ କରାଯାଇଥିଲା। ଯାହାର ମୂଲ୍ୟ ମୋଟ୍‌ ୮୩୫୩୮.୧୫ ଟଙ୍କା ରହିଛି। ସି ୩ ସି/୧୯୯/୨୨ରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର