ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଭଳୁବସା ଗ୍ରାପ ନାଗଭଣ ଗାଁର ସେକ୍ ମାଜିଦଙ୍କ ପୁଅ ସେକ୍ ଇଫ୍ତେକାର୍ ବେଆଇନ ଭାବେ ୩ ଡିସିମିଲ୍ ସରକରୀ ଜମି ଉପରେ ଜବରଦଖଲ କରି ଏକ ବାସ ଭବନ ନିର୍ମାଣ କରିଥିଲେ। ଉକ୍ତ ଘରଟି ତହସିଲ ଭୁକ୍ତ ଜମି ନାଗଭଣ ମୌଜା ଖାତା ନଂ ୨୫୧ ପ୍ଲଟ୍ ନଂ ୩୮୧ ଓ ଜବର ଦଖଲର ପରିମାଣ ୩ ଡେସିମିଲ ରହିଥିଲା।
Advertisment
ସୂଚନାଯୋଗ୍ୟ ଯେ ଉକ୍ତ ଘର ନିର୍ମାଣ ଆରମ୍ଭ କରିବା ସମୟରେ ଗାଁର କିଛି ଲୋକେ ବିରୋଧ କରିଆସୁଥିଲେ। ଏ ସମ୍ପର୍କରେ ରାଇରଙ୍ଗପୁର ତହସିଲ ପରେ ଜିଲାପାଳଙ୍କ ଜନଶୁଣାଣି ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ। ତଥାପି କୌଣସି ଆଦେଶକୁ ଖାତିର ନକରି ନିର୍ମାଣ କାର୍ଯ୍ୟ ଚଳାଇ ଆସିଥିଲେ। ପରେ ଉଚ୍ଚ ନ୍ୟାୟାଳୟରେ ୨୦୨୦ ମସିହାରେ ଏକ ମାମଲା ରୁଜୁ କରିଥିଲେ। ବେଆଇନ ଜମି ଅଧିକରଣ ଧାରାରେ କେସ୍ ନଂ ୧୬୪୮୵୨୧ ଓ ଡବ୍ଲୁ ପି ସି ନଂ ୨୨୧୮୨ ୵ ୨୦୨୦ ୵ ଏବଂ ୪୵୨୦୨୦୵୨୦୨୧୵ ଆଧାର ଏକ ମାମଲା ରୁଜୁ ହୋଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ବିଚାର ପରେ କୋର୍ଟ ବେଆଇନ ଭାବେ ନିର୍ମାଣଧିନ କୋଠାକୁ ଭାଙ୍ଗିବା ପାଇଁ ଆଦେଶ ଅନୁସାରେ ସେକ୍ ଇଫ୍ତେଖାରଙ୍କୁ ନୋଟିସ କରାଯାଇଥିଲା। ଉକ୍ତ ନୋଟିସକୁ ବେଖାତିର କରିବାରୁ ଆଜି ତହସିଲଦାର ବିଶ୍ଵନାଥ ବିଶ୍ବାଳ, ଟାଉନ୍ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକଙ୍କ ସମେତ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି।