ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ପୁଲିସ ଫାଣ୍ଡିର ସିଂହାମୁଣ୍ଡା-ଆମ ଘାଟରାସ୍ତାରେ ଦୁଇଟି ମେକ୍ସ ପିକ୍ଅପ୍ ଗାଡ଼ିରେ ଗାଈ ଓ ବଳଦ ଚୋରା ଚାଲାଣ ହେଉଥିବାର ଖବର ପାଇ ଚଢ଼ଉ କରିଥିଲେ ଏକ ସଂଗଠନର କର୍ମକର୍ତ୍ତା। ଏନେଇ ଗାଡ଼ିକୁ ଧରିବା ପରେ ଦେଓଗାଁ ପୁଲିସକୁ ଖବର ଦେଇଥିଲେ। ଯାହା ଫଳରେ ବନ୍ଧପଡ଼ା ପୁଲିସ ଫାଣ୍ଡି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରି ଗୋରୁ ବୋଝେଇ ଗାଡ଼ି ଦୁଇଟିକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରୁ ଗାଡ଼ିର ଚାଳକ ଫେରାର ହୋଇଯାଇଛି।
ତେବେ କିଏ ଏହି ଗୋରୁ ବୋଝେଇ ପିକ୍ଅପ୍କୁ ଲଦି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳକୁ ଚୋରା ଚାଲାଣ କରୁଥିଲା ତାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଗାଈ ଓ ପିକଅପ୍କୁ ପୁଲିସ ଦେଓଗାଁ ଥାନାକୁ ନେଇଥିବା ସୂଚନା ମିଳିଛି।
Odisha | Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/08/24/3963f219-78ef-4a6e-8ddb-9f33f98a9e56-2025-08-24-16-06-44.jpg)