ଯାଜପୁର: ବାଣ ଭିଡୁଥିବା ବେଳେ ଅଘଟଣ ଘଟିଛି। ବିସ୍ଫୋରଣରେ ବାପାଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ ଝିଅ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ମୃତକ ହେଲେ କାଳନ୍ଦି ମଳିକ।
ସୂଚନା ଅନୁସାରେ ଅଳକୁଣ୍ଡ ଥାନା ବାସୁଦେବପୁର ଗ୍ରାମରେ କାଳନ୍ଦି ମଳିକ ନିଜ ପରିବାର ଲୋକଙ୍କ ସହିତ ବାଣ ଭିଡୁଥିଲେ। ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ କାଳନ୍ଦିଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଝିଅଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ଯୁବତୀ ଜଣକ ୬୦ ପ୍ରତିଶତ ପୋଡି ଯାଇଛନ୍ତି। ଅଳକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଅନ୍ୟପଟରେ ପରିବାର ପକ୍ଷରୁ ବାଣ ବିସ୍ପୋରଣ ଘଟଣାକୁ ଖଣ୍ଡନ କରାଯାଇଛି। ୧୦୮ କର୍ମଚାରୀ ଘଟଣାସ୍ଥଳରୁ ଗୁରୁତରକୁ ଆଣିବା ବେଳେ ଏହି ବାଣ ବିସ୍ପୋରଣ ଘଟିଥିଲା ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/blast.jpg)