ଭଞ୍ଜନଗର: ବ୍ୟାପକ ଧରପଗଡ ଓ ଚଢାଉ ସତ୍ତ୍ବେ ବିଭିନ୍ନ ସ୍ଥାନରେ ବେଆଇନ ବାଣ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀପାବଳି ସମୟରେ କୌଣସି ଅଘଟଣ ନଘଟିବା ନିମନ୍ତେ କଡା ପଦକ୍ଷେପ ନିଆଯିବା ସହ ପାଳନ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଆହ୍ବାନ କରିବା ସହ ବାଣ ବିକ୍ରି ଓ ଫୁଟାଇବା ନିମନ୍ତେ କଟକଣା ଜାରି କରାଯାଇଛି। ଲାଇସେନ୍ସ୍ ପାଇଥିବା ବିକ୍ରେତା ମାନେ ସରକାରୀ ନିୟମ ଅନୁଯାୟୀ ବାଣ ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି। ତଥାପି ଅନେକ ସ୍ଥାନରେ ଲୁଚାଛପାରେ ବେଆଇନ ଭାବେ ବାଣ ବିକ୍ରି ରହିଥିବା ଅଭିଯୋଗ ହେଉଛି।
ଦୁଇ ଦିନ ପୂର୍ବରୁ ଗଂଜାମ ଜିଲ୍ଲାର ଆସିକାରେ ବଡ଼ଧରଣ ଚଢଉ ହୋଇଥିବା ବେଳେ ଆଜି ଭଞ୍ଜନଗର ପୁଲିସ୍ ପକ୍ଷରୁ ଭେଜିପୁଟ ବାଙ୍କଶାଲ, ବାଲିସାହି ଓ କୁମ୍ଭାର ସାହିରେ ଚଢଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରଯାଇଥିବା ପୁଲିସ୍ ସୂଚନା ଦେଇଛି। ତିନୋଟି ଅଟୋରେ ଭର୍ତ୍ତି କରି ବାଣ ଗୁଡିକୁ ଜବତ କରି ପୁଲିସ୍ ଆଣିଥିବା ସହ ବେଆଇନ ଭାବେ ବାଣ ରଖିଥିବା ଅଭିଯୋଗରେ ୩ଜଣକୁ ଗିରଫ କରିଥିବା ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ଗଂଜାମ ଜିଲ୍ଲାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିଲା। ବେଆଇନ ବାଣ ଚାଲାଣ ବେଳେ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ୧୦ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।